ଆଜିଠାରୁ ମିଳିବ ମାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ
ଆଜିଠାରୁ ମିଳିବ ମାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ
କଟକ: ମାଟ୍ରିକ୍ ପରୀକ୍ଷା ଲାଗି ଆଜିଠାରୁ ମିଳିବ ଆଡମିଟ୍ କାର୍ଡ। ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ କାର୍ଡ। ସେହିପରି ମଧ୍ୟମା ଓ ଏସ୍ଓଏସସି- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ।
ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ବୋର୍ଡ ୱେବସାଇଟ www.bseodisha.ac.in ଆଡମିଟ କାର୍ଡ ଡାଉନଲୋଡ କରିହେବ । ସ୍କୁଲ କୋଡ୍ ଓ ପାସୱାର୍ଡ ଜରିଆରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ସ୍କୁଲ୍ କର୍ତ୍ତୃପକ୍ଷ ।
ପତ୍ର ବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ୱେବବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷରକୁ ବାଧ୍ୟତାମୂଳକ କରାଯାଇଛି ।




admin 