ଆଜି ୭ ଜିଲ୍ଲାରେ ବର୍ଷା, କାଲି ଅଧା ଓଡ଼ିଶାରେ
ଆଜି ୭ ଜିଲ୍ଲାରେ ବର୍ଷା, କାଲି ଅଧା ଓଡ଼ିଶାରେ
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ପୁଣି ବଦଳିବ ପାଗ। ପଶ୍ଚିମା ଝଡ଼ର ପ୍ରଭାବରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଙ୍ଗୋପସାଗରୁ ଓଡିଶା ମୁହାଁ ହୋଇଛି ଉକ୍ଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ। ଏହା ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ୭ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଦିଆଯାଇଛି। ଆସନ୍ତାକାଲି ୪ତାରିଖରେ ଉତ୍ତର ଓଡିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି।
ଏପରିକି ଆଜି ରାଜ୍ୟର ୭ଟି ଜିଲ୍ଲା ପାଇଁ ଓ ଆସନ୍ତାକାଲି ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏହି ଜିଲ୍ଲାଗୁଡ଼ିକର ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ଘଡ଼ଘଡ଼ି ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାର ଏକାଧିକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରାୟ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ହେଉଛି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ।




admin 