ଆଜି ରାଜ୍ୟରେ ୧୦୩୦କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ୧୦୩୦କରୋନା ପଜିଟିଭ୍ ଚିହ୍ନଟ



ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୩୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୨୭ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୭୯ଆକ୍ରାନ୍ତ ଅଛନ୍ତି  । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି  ।

ଆଜି  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୨୩, ବରଗଡରୁ ୨୨, ଭଦ୍ରକରୁ ୧୧, ବଲାଙ୍ଗିରରୁ ୩୫, ବୌଦ୍ଧରୁ ୧୨, କଟକରୁ ୫୦, ଦେବଗଡରୁ୯, ଢେଙ୍କାନାଳରୁ ୩, ଗଜପତିରୁ ୭, ଜଗତସିଂହପୁରରୁ ୭, ଯାଜପୁରରୁ ୧୯, ଝାରସୁଗୁଡାରୁ ୨୧, କଳାହାଣ୍ଡିରୁ ୨୬, କନ୍ଧମାଳରୁ ୨୩, କେନ୍ଦ୍ରାପଡାରୁ ୧୭, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୧୬୪, କୋରାପୁଟରୁ ୧୭, ମୟୁରଭଂଜରୁ ୧୦, ନୟାଗଡରୁ ୨୦, ନୂଆପଡାରୁ ୧୧, ପୁରୀରୁ ୧୦, ରାୟଗଡାରୁ ୧୮, ସମ୍ବଲପୁରରୁ ୭୭, ସୋନପୁରରୁ ୩୯, ସୁନ୍ଦରଗଡରୁ ୨୨୭ ଓ ରାଜ୍ୟପୁଲରୁ ୩୬ଜଣ ରହିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୧୦ହଜାର ୧୧୫ଜଣକୁ ବୃଦ୍ଧି ପାଇଛି  । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୦୬୬ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୯୩ହଜାର୯୫୧ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୬ହଜାର ୯୭୪ ।