ଆଜି ମୟୂରଭଞ୍ଜ ବନ୍ଦ

ଆଜି ମୟୂରଭଞ୍ଜ ବନ୍ଦ

ଆଜି ମୟୂରଭଞ୍ଜ ବନ୍ଦ
କରଞ୍ଜିଆ: ଆଜି ୯ ଘଂଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦ । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଆଜିର ମୟୂରଭଞ୍ଜ ବନ୍ଦ ଡାକରା ଯୁବଛାତ୍ର ସଂଗଠନ ଭଞ୍ଜସେନା ଦେଇଛି । ଶିମିଳିପାଳରେ ନିଆଁ ଲାଗିଥିବାରୁ ଭଞ୍ଜସେନା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ୪୯ନମ୍ବର ଜାତୀୟ ରାଜପଥ ଓ ଦୋକାନ ବଜାର ବନ୍ଦ ରହିବ । ଟାୟାର ଜାଳି ଏନଏଚ ଅବରୋଧ କରାଯାଇଛି । ସେହିପରି ଗାଡି ଚଳାଚଳ ମଧ୍ୟ ଠପ୍ ପଡିଛି ।