ଆଜି ବିଶ୍ୱ ହାତଧୁଆ ଦିବସ

ଆଜି ବିଶ୍ୱ ହାତଧୁଆ ଦିବସ

ଆଜି ବିଶ୍ୱ ହାତଧୁଆ ଦିବସ

ବିଶ୍ୱ ହାତଧୁଆ ଦିବସ ଏକ ଅଭିଯାନ , ଯାହା ଜୀବାଣୁମୁକ୍ତ ରହିବା ପାଇଁ ହାତଧୁଆ ଅଭ୍ୟାସକୁ ପ୍ରୋସôାହିତ କରେ ଏବଂ ଏଥିନିମିତ୍ତ ବିଶ୍ୱବାସୀଙ୍କୁ ପ୍ରେରିତ କରେ । ଚଳିତ  ବର୍ଷ ଏହି ହାତଧୁଆ ଓ ଖାଦ୍ୟ ମଧ୍ୟରେ ଥିବା ସମ୍ପର୍କ ଅର୍ଥାତ ଖାଦ୍ୟପେୟର ସ୍ୱଚ୍ଛତା ଓ ପୋଷଣ ଉପରେ ଫୋକସ କରୁଛି । ଖାଦ୍ୟକୁ ନିରାପଦ , ରୋଗମୁକ୍ତ ଏବଂ ପିଲାଙ୍କୁ ନିରୋଗୀ ରଖିବା ଦିଗରେ ହାତଧୁଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ୨୦୦୮ରେ ଷ୍ଟକହୋମଠାରେ ଅଗଷ୍ଟ ୧୭-୨୩ ମଧ୍ୟରେ ଅନୁଷ୍ଠିତ ବାର୍ଷିକ ବିଶ୍ୱ ଜଳ ସପ୍ତାହ ଅବସରରେ ଜନ୍ମ ନେଇଥିବା ବିଶ୍ୱ ହାତଧୁଆ ଦିବସ । 

ଜାତିସଂଘ ସାଧାରଣ ସଭାରେ ତାରିଖ ନିର୍ଦ୍ଧାରଣ ହେବା ପରେ ସେହି ବର୍ଷ ଅକ୍ଟୋବର ୧୫ ତାରିଖରେ ଏହବି ଦିବସ ପ୍ରଥମେ ପାଳନ କରାଗଲା । ଶ୍ୱାସ, ଡାଇରିଆ ଭଳି ରୋଗରୁ ଶିଶୁ  ମୃତୁ୍ୟହାର ହ୍ରାସ କରିବା ଉଦେ୍ଧଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା ସଫାସୁତରା ରହିବା ,ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ପାଣିର ସ୍ୱଚ୍ଛତା ଆଦି ଉପରେ ଏହି ଦିବସ ଫୋକସ କରେ । ବିଶ୍ୱବାସୀଙ୍କୁ ହାତରେ ସ୍ୱଚ୍ଛତା ପାଇଁ ଏକତ୍ରିତ ହେବା ।