ଆଜି ବିଶ୍ୱ ଫିଜିଓଥେରାପି ଦିବସ

ଆଜି ବିଶ୍ୱ ଫିଜିଓଥେରାପି ଦିବସ

ଆଜି ବିଶ୍ୱ ଫିଜିଓଥେରାପି ଦିବସ

ଆଜି ହେଉଛି ବିଶ୍ୱ ଫିଜିଓଥେରାପି ଦିବସ ।  ଫିଜିଓଥେରାପି  ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ  ତାହା  ବେଶ ଭଲ ଭାବେ ସମସ୍ତଙ୍କୁ ଜଣା । ଫିଜିଓଥେରାପି ଏବେର ଯୁଗରେ ବେଶ ମହତ୍ୱପୂର୍ଣ୍ଣ । ପ୍ରତିବର୍ଷ ସେପ୍‌ଟେମ୍ବର ୮ କୁ ବିଶ୍ୱ ଫିଜିଓଥେରାପି  ଦିବସ ଭାବରେ ପାଳନ କରାଯାଉଛି  । ବର୍ତ୍ତମାନ  ସ୍ଥିତିରେ ସମସ୍ତେ  ସୁସ୍ଥ ଓ ନିରୋଗୀ ହେବାକୁ  ଚାହୁଛନ୍ତି  । ବ୍ୟସ୍ତବହୁଳ ଜୀବନ ଶୈଳୀରେ  ସମସ୍ତେ ନିଜର ସ୍ୱାସ୍ଥ୍ୟ ପାଇଁ ଅନ୍ତ୍ୟନ୍ତ ଯତ୍ନବାନ । ଏହିପରି  ଭିତ୍ତିଭୂମିରୁ ଜଣାପଡୁଛି ଯେ ଫିଜିଓଥେରାପି ଚିକିତ୍ସା ଆମ  ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି  । ଏହି ଚିକିତ୍ସା ଜନ୍ମ ହେବାଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ  ଆବଶ୍ୟକତା ରହିଛି   । 

ଫିଜିଓଥେରାପି ସାଧାରମତଃ ବିନା ଔଷଧ  ଏବଂ ବିନା ସର୍ଜରୀରେ  ସ୍ୱାସ୍ଥ୍ୟର ସୁରକ୍ଷା କରୁଛି  ।   ବିଶେଷ କରି ଗଣ୍ଠି ଜନିତ ସମସ୍ୟା, ସ୍ନାୟୁଜନିତ ସମସ୍ୟା,  ମାଂସପେଶୀ ଯନ୍ତ୍ରଣା,  ବିଭିନ୍ନ ପ୍ରକାର ଆର୍ଥ୍ରାଇଟିସ, ପକ୍ଷାଘତ, ଜନ୍ମଗତ ଅକ୍ଷମତା, ଦୁର୍ଘଟଣା ଜନିତ ଶାରୀରିକ କ୍ଷତି, ବାର୍ଦ୍ଧକ୍ୟ ଅକ୍ଷମତା ,ମଧୂମେହ  ମେଦ ବହୁଳତା ଅଦିର ସମାଧାନ ପିଜିଓଥେରାପିରେ ରହିଛି  । କ୍ରୀଡା କ୍ଷେତ୍ରରେ  ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  । ଆମ ରାଜ୍ୟରେ ସବୁ  ଜିଲ୍ଲା ଓ ଗୋଶ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ  ବଡ ବଡ ଡାକ୍ତରଖାନାରେ ଏହି ଚିକିତ୍ସା ଉପଲବ୍ଧ  ।