ଆଜି ବିଶ୍ୱ ଏଡ୍ସ ଦିବସ
ଆଜି ବିଶ୍ୱ ଏଡ୍ସ ଦିବସ
ଭୁବନେଶ୍ୱର: ଆଜି ‘ବିଶ୍ୱ ଏଡ୍ସ ଦିବସ’ । ଏ ବର୍ଷର ଥିମ୍ ରହିଛି ‘ରକ୍ ଦି ରିବନ୍’ । ଓଡ଼ିଶାରେ ୨୦୧୫ରୁ ୨୦୨୧ ଅର୍ଥାତ୍ ୭ ବର୍ଷ ଭିତରେ ୨୦,୫୯୩ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୧୫ ମସିହାରେ ୦.୪୮%, ୨୦୧୬ରେ ୦.୩୬%, ୨୦୧୭ରେ ୦. ୨୭ %, ୨୦୧୮ରେ ୦.୨୬%, ୨୦୧୯ରେ ୦.୨୩%, ୨୦୨୦ରେ ୦.୧୪% ଓ ୨୦୨୧ରେ ୦.୧୨% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଟେଷ୍ଟିଂ ଅନୁସାରେ ପ୍ରତିବର୍ଷ ଏଚ୍ଆଇଭି ରୋଗୀଙ୍କ ସଂଖ୍ୟା କମୁଛି । ପ୍ରତିବର୍ଷ ଟେଷ୍ଟିଂ ସଂଖ୍ୟା ବଢ଼ୁଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ତଥ୍ୟ ଅନୁଯାୟୀ ୭ ବର୍ଷ ଭିତରେ ୨୦୧୫ରେ ୬ଲକ୍ଷ ୨୫ହଜାର ୪୨୦ ଟେଷ୍ଟିଂରୁ ୩୦୨୫ଜଣ, ୨୦୧୬ରେ ୯ଲକ୍ଷ ୯ହଜାର ୩୮୩ ଟେଷ୍ଟିଂରୁ ୩୩୦୭ ଜଣ, ୨୦୧୭ରେ ୧୧ଲକ୍ଷ ୮୪ହଜାର ୧୨୯ ଟେଷ୍ଟିଂରୁ ୩୨୯୯ ଜଣ, ୨୦୧୮ରେ ୧୨ଲକ୍ଷ ୧୮ହଜାର ୨୨୨ ଟେଷ୍ଟିଂରୁ ୩୨୦୯ଜଣ, ୨୦୧୯ରେ ୧୪ଲକ୍ଷ ୩ହଜାର ୯୯୧ ଟେଷ୍ଟିଂରୁ ୩୨୭୮ ଜଣ, ୨୦୨୦ରେ ୧୫ଲକ୍ଷ ୪୨ହଜାର ୯୩୫ ଟେଷ୍ଟିଂରୁ ୨୨୧୨ ଜଣ ଓ ୨୦୨୧ରେ ୧୮ଲକ୍ଷ ୨୨ହଜାର ୫୫୩ ଟେଷ୍ଟିଂରୁ ୨୨୫୩ ଜଣ ଚିହ୍ନଟ ହୋଇଛନ୍ତି ।
ଓଡ଼ିଶାରେ ଟେଷ୍ଟିଂ ସଂଖ୍ୟା ବଢ଼ିଛି । ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନାହିଁ । ବିଶେଷ କରି ପୂର୍ବରୁ ଗଞ୍ଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କୋରାପୁଟ, ବଲାଙ୍ଗିର ଆଦି ୭ଜିଲ୍ଲାରେ ଏଚ୍ଆଇଭି ଆକ୍ରାନ୍ତଙ୍କ ଅଧିକ ମାତ୍ରାରେ ଚିହ୍ନଟ ହୋଇଛନ୍ତି । କେବଳ ୩୬% ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଥିଲେ । ବର୍ତ୍ତମାନ ନବରଙ୍ଗପୁର, କଟକ ଜିଲ୍ଲାକୁ ଅଧିକ ଧ୍ୟାନ ଦିଆଯିବ ।




admin 