ଆଜି କାଳିଆ ଠାକୁର ଦର୍ଶନ ମନା
ଆଜି କାଳିଆ ଠାକୁର ଦର୍ଶନ ମନା
ପୁରୀ : ଆଜି ପବିତ୍ର କନ୍ୟା ସଂକ୍ରାନ୍ତି ଅର୍ଥାତ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଏହା ସହିତ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହେଉଛି । ଏହି ନୀତି ପାଳନ ପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତକାନ୍ତି ଆରମ୍ଭ ହୋଇଛି ।
ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି କରାଯିବ । ଏହା ସହିତ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି ଅନୁଷ୍ଠିତ ହେବ । ଆଜିର ଏହି ସ୍ୱତନ୍ତ୍ର ଦିନରେ ଶ୍ରଦ୍ଧାଳୁଙ୍କ ଭିଡ ଆଶଙ୍କା କରାଯାଇ କୋଭିଡ କଟକଣା ଯୋଗୁଁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଆଜି ମହାପ୍ରଭୁଙ୍କ ପାଶ୍ୱର୍ପରିବର୍ତ୍ତନ ସହିତ ବଡସିଂହାର ବେଶ ମଧ୍ୟ ଅନୁଷ୍ଠିତ ହେବ ।




admin 