ଆଜି ସରିଲା ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଆଜି ସରିଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ୟ୍ୟନ୍ତ ଚାଲିଛି। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି।
ମାର୍ଚ୍ଚ ୧୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ରାଜ୍ୟ ସରକାର ଓ ବୋର୍ଡ଼ ପକ୍ଷରୁ ବ୍ୟାପକ ସୁରକ୍ଷା ସ୍ୱତ୍ତେ ପରୀକ୍ଷା ସମୟରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା।




admin 