ଆଉ ୧୩ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୯

ଆଉ ୧୩ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୯

ଆଉ ୧୩ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୬୯
ଭୁବନେଶ୍ବର : ଆଜି ରାଜ୍ୟରେ ୧୩ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୩ ଜଣ ରହିଥିବାବେଳେ ଗଞ୍ଜାମ ଓ ରାୟଗଡା, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି କଟକ, ଭୁବନେଶ୍ବର, କନ୍ଧମାଳ, ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ପୁରୀରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ୪୫ ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ୬୦ ବର୍ଷୀୟ ମହିଳା ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ ୪୮ ଓ ୭୨ ବର୍ଷ । ସେହିପରି ଗଞ୍ଜାମ ଜିଲ୍ଲାରୁ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୮ ଓ ୫୦ ବର୍ଷ । ମୟୂରଭଞ୍ଜରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ ୭୦ ବର୍ଷୀୟ ପୁରୁଷ । ଅପରପକ୍ଷରେ ଭୁବନେଶ୍ବରରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ ।ସେହିପରି କଟକରୁ ଆଜି ୬୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ୬୬ ବର୍ଷୀୟ ପୁରୁଷ, ସୋନପୁରରୁ ୬୦ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ହୋଇଛି ।