ଆଇସିୟୁରେ ଭାରତ ରତ୍ନ ଲତା ମଙ୍ଗେସ୍କର

ଆଇସିୟୁରେ ଭାରତ ରତ୍ନ ଲତା ମଙ୍ଗେସ୍କର

ଆଇସିୟୁରେ ଭାରତ ରତ୍ନ ଲତା ମଙ୍ଗେସ୍କର

ମୁମ୍ବାଇ: ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର। କରୋନା ସଂକ୍ରମିତ ହେବା ପରେ ସେ ଗୁରୁତର ହୋଇ ପଡ଼ିଛନ୍ତି। ତାଙ୍କୁ ଆଜି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ମେଡିକାଲ୍‌ରେ ଭର୍ତ୍ତି ହେବା ପରେ ଲତାଙ୍କୁ ଭଲ ପାଉଥିବା ଲୋକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ଲତା ଦାଦା ସାହେବ ପୁରସ୍କାର ହାସଲ କରିଛନ୍ତି। ତାଙ୍କ କଣ୍ଠରେ ହିନ୍ଦୀ ଚଳଚ୍ଚିତ୍ର ଜଗତ ରୁଦ୍ଧିମନ୍ତ। ତାଙ୍କର  ଏହି ସ୍ବତନ୍ତ୍ର ପ୍ରତିଭା ପାଇଁ ପ୍ରାନ୍ସର ସର୍ବଶ୍ରେଷ୍ଠ ସମ୍ମାନଜନକନାଗରିକମ ସମ୍ମାନ ଅଫିସର ଅଫ ଲିଜିୟନ୍‌ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ଚଳଚ୍ଚିତ୍ରରେ ରେକର୍ଡ ସଂଖ୍ୟ କଣ୍ଠଦାନ କ୍ଷେତ୍ରରେ ତାଙ୍କ ୧୯୭୪ରେ ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କ ନାମ ଉଲ୍ଲେଖ ରହିଛି। ୧୯୪୮ରୁ୧୯୭୪ ଭିତରେ ସେ କ୍ରମାଗତ ଭାବରେ ୨୫ ହଜାରରୁ ଅଧିକ ଗୀତ ଗାଇ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ୨୦୦୧ରେ ତାଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଛି।