ଆଇବିଏ ଙ୍କ ପରାମର୍ଶ, ନୋଟ୍ ଛୁଇଁଲେ ଧୋଇବାକୁ ପଡିବ ହାତ

ଆଇବିଏ ଙ୍କ ପରାମର୍ଶ, ନୋଟ୍ ଛୁଇଁଲେ ଧୋଇବାକୁ ପଡିବ ହାତ

ଆଇବିଏ ଙ୍କ ପରାମର୍ଶ, ନୋଟ୍ ଛୁଇଁଲେ ଧୋଇବାକୁ ପଡିବ ହାତ
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ଲାଗି ନୋଟ ବ୍ୟବହାର କରିବା ପରେ ହାତ ଧୋଇବା ଲାଗି ଭାରତୀୟ ବ୍ୟାଙ୍କ ସଂଘ ଲୋକମାନଙ୍କୁ ପରାମର୍ଶ ଦେଇଛି । ନୋଟ୍ ଛୁଇଁବା କିମ୍ବା ଗଣିବା ପରେ ଅତି କମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ସଂଘ ପକ୍ଷରୁ କୁହାଯାଇଛି । ନଗଦ ନୋଟ୍ ବଦଳରେ ଡିଜିଟାଲ ବ୍ୟାଙ୍କିଙ୍ଗ ଅଧିକ ବ୍ୟବହାର କରିବା ଲାଗି ଏହା ଲୋକମାନଙ୍କୁ ଆହ୍ୱାନ ଦେଇଛି । ପେମେଣ୍ଡ କରିବା ବେଳେ ଡେବିଟ ଓ କ୍ରେଡିଟ କାର୍ଡ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି । କରୋନାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ବ୍ୟାଙ୍କ ଗୁଡ଼ିକୁ ଚାରି ପ୍ରକାର ସେବା ନିଶ୍ଚିତ ରୂପେ ଯୋଗାଇ ଦେବା ଲାଗି ଭାରତୀୟ ବ୍ୟାଙ୍କ ସଂଘ ନିର୍ଦ୍ଦେଶ ଦେଇଛି । ଟଙ୍କା ଜମା ଓ ଉଠାଣ, ଚେକ ଜମା କରିବା, ରେମିଟାନ୍ସ ଓ ସରକାରୀ କାରବାରୀ ଭଳି ଚାରି ପ୍ରକାର ସେବାକୁ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିବେ । ବ୍ୟାଙ୍କଗୁଡ଼ିକ ଚାହିଲେ ଅନ୍ୟ ସେବା ଗୁଡ଼ିକୁ ବାତିଲ କରିବେ ବୋଲି ଆଇବିଏର ସିଇଓ ସୁନୀଲ ମେହତା କହିଛନ୍ତି । ଅତି ଜରୁରୀ ନ ହେଲେ ବ୍ୟାଙ୍କ ଶାଖା ପରିଦର୍ଶନ ନ କରିବା ଲାଗି ଗ୍ରାହକମାନଙ୍କୁ ଆଇବିଏ ପରାମର୍ଶ ଦେଇଛି ।