ଅସହ୍ଯ ହେବ ତାତି।

ଅସହ୍ଯ ହେବ ତାତି।

ଅସହ୍ଯ ହେବ ତାତି।
ଆହୁରି ବଢ଼ିବ ତାତି । ଏହାସହ ଗରମ ଓ ଗୁଳୁଗୁଳି ବି ବଢ଼ିବ। ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓଡ଼ିଶାର ତାପମାତ୍ରା ଅଧିକ ରହିବ। ଏହି ସମୟରେ ରାତିର ତାପମାତ୍ରରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। କିଛି କିଛି ସ୍ଥାନରେ ଉପରବେଳା ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କିନ୍ତୁ ଏହାଦ୍ବାରା ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କରିଛି। ୩୧ ତାରିଖ ଦିନ ରାୟଗଡ଼ା, ଗଜପତି, କୋରାପୁଟ, କନ୍ଧମାଳ, କେଉଁଝର ଓ ମୟୂରଭଞ୍ଜ ଆଦି ଅଞ୍ଜଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି। ଗତକାଲି ଅନୁଗୁଳର ତାପମାତ୍ରା ୩୯.୫ ଡିଗ୍ରି ରହିଥିବା ବେଳେ ନୟାଗଡ଼ରେ ୩୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।