ଅଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପାର ଫାଷ୍ଟ ପୋଷ୍ଟର ରିଲିଜ

ଅଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପାର ଫାଷ୍ଟ ପୋଷ୍ଟର ରିଲିଜ

ଅଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପାର ଫାଷ୍ଟ ପୋଷ୍ଟର ରିଲିଜ
ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ପୁରୁଣା ଡ୍ରେସ ପିନ୍ଧି ଜଙ୍ଗଲ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ଜଣେ ଲରି ଡ୍ରାଇଭର ଭୂମିକାରେ ନଜର ଆସିବେ । କରୋନା ଭାଇରସ କାରଣରୁ ଫିଲ୍ମର ସୁଟିଂ ପ୍ରାୟ ୬ ମାସ ବିଳମ୍ବ ହୋଇଛି । ଗୁରୁବାର ଠାରୁ ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ ହୋଇଛି । ସୁକୁମାରଙ୍କ ନିଦେ୍ର୍ଧଶିତ ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ମାରେଦୁମୁଲୀ ଜଙ୍ଗଲରେ ସୁଟିଂ ହେଉଛି । ଫିଲ୍ମଟିର କାହାଣୀ ଚନ୍ଦନ କାଠର ତସ୍କରୀ ଉପରେ ଆଧାରିତ । ରଙ୍ଗସ୍ଥଳମର ନିଦେ୍ର୍ଧଶକ ସୁକୁମାର ଏହି ଫିଲ୍ମର ନିଦେ୍ର୍ଧଶନା ଦେଉଛନ୍ତି । ସୁକମାର ଏହା ପୂର୍ବରୁ ଆର୍ଯ୍ୟା ଏବଂ ଆର୍ଯ୍ୟା-୨ରେ ଅଲ୍ଲୁ ଅର୍ଜୁନଙ୍କୁ ନିଦେ୍ର୍ଧଶନା ଦେଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଶେଷ ଫିଲ୍ମ ଆଲା ବୈକୁଣ୍ଠପୁରମଲୋ ସୁପରହିଟ୍ ହୋଇଥିବା ବେଳେ ସୁକୁମାରଙ୍କ ରଙ୍ଗସ୍ଥଳମ ବ୍ଲକବଷ୍ଟର ହୋଇଥିଲା । ତେଣୁ ଉଭୟ ନିଜ ଟ୍ରାକ ରେକର୍ଡ ବଜାୟ ରଖିବାକୁ ଚାହିଁବେ । ଫିଲ୍ମରେ ଫିମେଲ ଲିଡ ରହିଛନ୍ତି ରଶ୍ମିକା ମନ୍ଦାନା । ଏହି ଫିଲ୍ମଟି ଏକ ସାଙ୍ଗରେ ପାଞ୍ଚଟି ଭାଷାରେ ରିଲିଜ ହେବ । ଚାରି ଦକ୍ଷିଣ ଭାରତୀୟ ଭାଷା ବ୍ୟତିତ ହିନ୍ଦିରେ ମଧ୍ୟ ଫିଲ୍ମଟି ରିଲିଜ ହେବ । ଦେବୀ ଶ୍ରୀ ପ୍ରସାଦ ଏହି ଫିଲ୍ମର ସଙ୍ଗୀତ ନିଦେ୍ର୍ଧଶନା ଦେଇଥିବା ବେଳେ ୨୦୨୧ରେ ଫିଲ୍ମଟି ରିଲିଜ ହେବ ।