ଅର୍ଣ୍ଣବଙ୍କୁ ହତ୍ୟାର ଯୋଜନା! : ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ

ଅର୍ଣ୍ଣବଙ୍କୁ ହତ୍ୟାର ଯୋଜନା! : ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ

ଅର୍ଣ୍ଣବଙ୍କୁ ହତ୍ୟାର ଯୋଜନା! : ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ
ମୁମ୍ବାଇ : ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲରେ ହତ୍ୟା କରାଯିବାର ଯୋଜନା କରାଯାଉଛି ବୋଲି ପୂର୍ବତନ ସେନାଧ୍ୟକ୍ଷ ଜି ଡି ବକ୍ସି ଅଭିଯୋଗ କରିଛନ୍ତି । ଏହା ସହିତ ଅର୍ଣ୍ଣବଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ବକ୍ସି । ମହାରାଷ୍ଟ୍ରରେ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାକୁ ହତ୍ୟା କରାଯାଇଛି । ଏହା ସମ୍ପୂର୍ଣ୍ଣ ଭୁଲ ଜିନିଷ । ଦେଶର ଜନତା ବର୍ତ୍ତମାନ ସୁଦ୍ଧା ଜୀବନ୍ତ ଅଛନ୍ତି । ଏହି ମାମଲାକୁ ନେଇ ସେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବେ ବୋଲି ବକ୍ସି କହିଛନ୍ତି । ଏହା ସହିତ ଅର୍ଣ୍ଣବଙ୍କୁ ସରବଜିତଙ୍କ ସହିତ ତୁୁଳନା କରିଛନ୍ତି । ସରବଜିତଙ୍କ୍ୁ ଯେଉଁଭଳି ଭାବରେ ପାକିସ୍ତାନୀ ସରକାର ନିର୍ଯାତନା ଦେଉଥିଲେ ଅର୍ଣ୍ଣବଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି ବୋଲି ବକ୍ସି କହିଥିଲେ । ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଥିବା ଚିଠିରେ ବକ୍ସିଙ୍କ ସମେତ କିଛି ପୂର୍ବ ସେନା କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କ ଦସ୍ତଖତ ରହିଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମେ ଟିଆରପି ସ୍କାମକୁ ନେଇ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଘେରିଥିବା ବେଳେ ଜଣେ ଇଣ୍ଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରିଥିଲା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାରେ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ତଲେବା ଜେଲକୁ ସ୍ଥାନାନ୍ତର କରାଯାଇଛି ।