କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୧୦ ହଜାର କୋଟିର ଉତ୍ସବ କାର୍ଡ
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୧୦ ହଜାର କୋଟିର ଉତ୍ସବ କାର୍ଡ
admin
Nov 10, 2020 - 07:32
Updated: Nov 10, 2020 - 07:32
ନୂଆଦିଲ୍ଲୀ : ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଅଗ୍ରୀମ ଦୀପାବଳି ଭେଟି ଘୋଷଣା କରିଥିଲେ । ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ଏଲଟିସି ଭାଉଚର ( ଉତ୍ସବ କାର୍ଡ) ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ କର୍ମଚାରୀଙ୍କୁ ଏହି କାର୍ଡ ଦୀପାବଳି ପୂର୍ବରୁ ଏହି କାର୍ଡ ପ୍ରଦାନ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଏହି ଅର୍ଥରାଶିକୁ ମାର୍ଚ୍ଚ ୩୧, ୨୦୨୧ ମଧ୍ୟରେ ଖର୍ଚ୍ଚ କରିବାକୁ ପଡିବ । ଏକହି ଅର୍ଥରାଶି ଉପରେ କୌଣସି ଜିଏସଟି ପ୍ରଦାନ କରିବାକୁ ପଡିବ ନାହିଁ ଏବଂ କେବଳ ନିର୍ଦ୍ଧାରିତ ଷ୍ଟୋରରେ ଏହି କାର୍ଡର ବ୍ୟବହାର କରାଯିବ । ଏସବିିଆଇର ରୂପେ କାର୍ଡ ଜରିଆରେ ଏହି ଅର୍ଥରାଶି ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏହି ଅର୍ଥରାଶିକୁ ଫେରସ୍ତ ନିମନ୍ତେ ୧୦ଟି କିସ୍ତି ରହିଥିବା ବେଳେ ଏହା ଉପରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଏହି ଯୋଜନାରେ ପ୍ରାୟ ୨୮ ହଜାର କୋଟିର ଏଲଟିସି ଭାଉଚର ପ୍ରଦାନ କରାଯିବ । ଏହି ଏଲଟିସି ଭାଉଚରରେ କେବଳ ଡିଜିଟାଲ ଦେଣନେଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ୫୬୭୫ କୋଟିର ଏଲଟିସି ଭାଉଚର ରହିଥିବା ବେଳେ ପିଏସବି ଏବଂ ପିଏସୟୁ ଗୁଡିକ ନିମନ୍ତେ ୧୯୦୦ କୋଟିର ଏଲଟିସି ଭାଉଚରର ବ୍ୟବସ୍ଥା ରହିଛି ।