ଅମ୍ପନର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ପ୍ରଶଂସା

ଅମ୍ପନର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ପ୍ରଶଂସା

ଅମ୍ପନର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ପ୍ରଶଂସା
ବାତ୍ୟା ଅମ୍ପନ ଓଡ଼ଶାରୁ ଚାଲିଯାଇଥିଲେ ହେଁ ତାର ଛାପ କିନ୍ତୁ ଛାଡ଼ି ଦେଇଛି । ଅମ୍ପନ ପ୍ରଭାବରେ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦୁ୍ୟତ ଖୁଣ୍ଟ ଭାଙ୍ଗି ଯାଇଛି । ଅଧିକାଂଶ ସ୍ଥାନରେ ଗଛ ପଡ଼ି ବିଦୁ୍ୟତ ତାର ଛିଣ୍ଡି ପଡ଼ିଛି । ତେବେ ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ପାଇଁ ଅମ୍ପନକୁ ସଫଳ ମୁକାବିଲା କରାଯାଇ ପାରିଛି । ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ଠିକଣା ସମୟରେ ଉଚିତ ପଦକ୍ଷେପ ଯୋଗୁଁ ଧନଜୀବନ ହାନୀକୁ ବହୁ ମାତ୍ରାରେ ରୋକାଯାଇପାରିଛି । ତେବେ ବାତ୍ୟା ଅମ୍ପନର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏନେଇ ମୋଦୀ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କଲେ । ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି । ପୀଡ଼ିତଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି । ତୁରନ୍ତ ଅବସ୍ଥା ସ୍ୱାଭାବିକ ହୋଇଯିବ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଟ୍ୱିଟ କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ, ଓଡ଼ିଶା ସରକାର ବାତ୍ୟାର ସଫଳ ମୁକାବିଲା କରିଛନ୍ତି । ସେହିପରି ଏହା ପ୍ରଥମ ଥର ନୁହେଁ ଯେ, ବାତ୍ୟାର ସଫଳ ମୁକାବିଲା ପାଇଁ ମୋଦୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଫାଇଲିନ, ଫୋନି, ହୁଡହୁଡ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ଯେଉଁଥିପାଇଁ ମୋଦୀ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ରୋଲମୋଡେଲ ସାଜିଛନ୍ତି । ପ୍ରକାଶ ଯେ, ଗତକାଲି ଅମ୍ପନ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଖାପାଖି ୧୨ ଘଣ୍ଟା ଧରି ବିପôାତ ରଚିଥିଲା । ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜ ଅଞ୍ଚଳରେ ମଧ୍ୟ ଅଳ୍ପବହୁତେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଥିଲା । ହେଲେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଥିବା କାରଣରୁ ତାର ପ୍ରକୋପ ହ୍ରାସ ପାଇଥିଲା ଓ ଉତ୍ତର ଓଡ଼ିଶା ଏକ ବଡ଼ ଧରଣର ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା ।