ଅବିଭାବକ ଓ ଶିକ୍ଷକ କୁ ନେଇ ଗୁଣାତ୍ମକ ଶିକ୍ଷା ଉପରେ ସଭା
ଅବିଭାବକ ଓ ଶିକ୍ଷକ କୁ ନେଇ ଗୁଣାତ୍ମକ ଶିକ୍ଷା ଉପରେ ସଭା
ଅବିଭାବକ ଓ ଶିକ୍ଷକ କୁ ନେଇ ଗୁଣାତ୍ମକ ଶିକ୍ଷା ଉପରେ ସଭା
****************************ବରଗଡ :ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁକ୍ତା ରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ରନିର୍ଦ୍ଦେଶ ରେ ଅବିଭାବକ ଓ ଶିକ୍ଷକ କୁ ନେଇ ଗୁଣାତ୍ମକ ଶିକ୍ଷା ଉପରେ ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ସଭାପତିତ୍ୱ ରେ ଏକ ବିସ୍ତୃତ ଆଲୋଚନା କରଯାଇଥିଲା ।ଆଲୋଚନା ରେ ଅଧ୍ୟାପକ ଡ଼ ଜୟନ୍ତ କୁମାର ସାହୁ ,ଡ଼ ରାଧକୃଷ୍ଣ ବିଶ୍ୱକର୍ମା, ଅଧ୍ୟାପିକା ଦମୟନ୍ତୀ ହୋତା,ଜୟନ୍ତ କୁମାର ବାରିକ ଗୁଣାତ୍ମକ ଶିକ୍ଷା ର ବିଭିନ୍ନ ଦିଗ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଛାତ୍ର ଛାତ୍ରୀ ଙ୍କ ପରବର୍ତ୍ତୀ ଭବିଷ୍ୟତ,ମହାବିଦ୍ୟାଳୟ ର ବର୍ଷିକ କାର୍ଯ୍ୟ, ଛାତ୍ର ଛାତ୍ରୀ ଙ୍କ ଉପସ୍ଥାପନ,ଆଣ୍ଟି ରାଗିଙ୍ଗ ସେଲ ଓ ବିଭିନ୍ନ ବିଷୟ ରେ ଅଭିଭାବକ ଙ୍କୁ ଅବଗତ କରାଇବା ସହ ସେମାନଙ୍କ ମତ ମଧ୍ୟ ନିଆଯାଇଥିଲା।ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର କରାଯିବାର ପ୍ରତିଶ୍ରୁତି ମହାବିଦ୍ୟାଳୟ ପକ୍ଷରୁ ଦିଆଯାଇଛି।ଏହି ଆଲୋଚନା ସଭା କୁ ଓଡ଼ିଆ ଅଧ୍ୟାପକ ଶ୍ରୀ ଜଗଦୀଶ ନାୟକ ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ।




admin 