ଅବସର ନେଲେ ବିହାର ଡିଜିପି, ଲଢ଼ିପାରନ୍ତି ନିର୍ବାଚନ

ଅବସର ନେଲେ ବିହାର ଡିଜିପି, ଲଢ଼ିପାରନ୍ତି ନିର୍ବାଚନ

ଅବସର ନେଲେ ବିହାର ଡିଜିପି, ଲଢ଼ିପାରନ୍ତି ନିର୍ବାଚନ
ପାଟଣା: ଅଭିନେତା ସୁଶାନ୍ତ ସିଂହଙ୍କ ମୃତୁ୍ୟ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଇଚ୍ଛାକୃତ ଅବସର ନେଇଛନ୍ତି । ତାଙ୍କ କାର୍ଯ୍ୟକାଳ ଆହୁରି ପାଞ୍ଚ ମାସ ରହିଥିଲେ ହେଁ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଉଠିଛି । ତେବେ ଚଳିତ ବର୍ଷ ସେ ଜେଡିୟୁ ତରଫରୁ ବିହାର ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୀତି ମହଲରେ ଆଲୋଚନା ଚାଲିଛି । ନିଜର ସଚ୍ଚୋଟତା ଓ କାର୍ଯ୍ୟ ଶୈଳୀ ପାଇଁ ନିଷ୍ଠାଲାଗି ସେ ଲୋକପ୍ରିୟ ଥିବା ସହ ତାଙ୍କୁ ବିହାରର ରବିନହୁଡ ମଧ୍ୟ କୁହାଯାଇଥାଏ । ଅଭିନେତା ସୁଶାନ୍ତଙ୍କ ମାମଲାକୁ ନେଇ ତାଙ୍କ ପରିବାର ଲୋକ ପାଟଣାରେ ଏକ ଅଭିଯୋଗପତ୍ର ଦାଖଲ କରିଥିଲେ । ଯାହା ଆଧାରରେ ଡିଜିପିଙ୍କ ନିଦେ୍ର୍ଧଶାନୁସାରେ ବିହାର ପୁଲିସ ଏକ ଟିମ ତଦନ୍ତ ଲାଗି ମୁମ୍ବାଇରେ ପହଞ୍ଚôଥିଲେ । ମାତ୍ର ଏହି ଟିମଟିକୁ ମହାରାଷ୍ଟ୍ର ପୁଲିସ ପକ୍ଷରୁ ସହଯୋଗ ମିଳିପାରିନଥିଲା । କେବଳ ସେତିକି ନୁହେଁ ଆଇପିଏସ ଅଧିକାରୀ ବିନୟ ତିୱାର ତଦନ୍ତ ଲାଗି ମୁମ୍ବାଇରେ ପହଞ୍ଚôଥିବାବେଳେ ତାଙ୍କୁ ମଧ୍ୟ ବିଏମସି ପକ୍ଷରୁ କ୍ୱାରେଣ୍ଟାଇନରେ ରଖିଦିଆଯାଇଥିଲା । ବିଏମସିର କାର୍ଯ୍ୟକଳାପରେ ଗୁପ୍ତେଶ୍ୱର ଅସନ୍ତୁଷ୍ଟ ଥିବାବେଳେ ସୁଶାନ୍ତ ବିହାର ପୁତ୍ର କହିବା ସହ ଅଭିନେତାଙ୍କ ମାମଲାଟିରେ ସିବିଆଇ ଯାଞ୍ଚ ତଦନ୍ତକୁ ସ୍ୱାଗତ କରିଥିଲେ । ସେହିପରି ରିୟା ଚକ୍ରବର୍ତ୍ତୀଙ୍କ ଗିରଫକୁ ନେଇ ଗୁପ୍ତେଶ୍ୱର କହିଥିଲେ ରିୟାଙ୍କ ଗିରଫରେ ନା ମୁଁ ଦୁଃଖି ଅଛି ନା ଖୁସି ହେଉଛି । ମାତ୍ର ଏହି ମାମଲାର ପ୍ରକୃତ ସତ୍ୟ ସାମନାକୁ ଆସିବା ଉଚିତ । ପୁରା ଦେଶ ଯେଉଁ ଖବର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି ସେଥିରେ ପ୍ରକୃତ ଦୋଷୀଙ୍କ ଲାଗି ଦୃଢ଼କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସେ ଏନଡିଏ ପ୍ରାର୍ଥୀ ଭାବରେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଏ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନାହିଁ ଏବଂ ମୁଁ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ସମାଜ ସେବା ମୁଁ ରାଜନୀତିରେ ପ୍ରବେଶ ନ କରି ମଧ୍ୟ କରିପାରିବି। କିଛି ଲୋକ ସୁଶାନ୍ତଙ୍କ ମୃତ୍ୟୁ ମାମଲା ପାଇଁ ମୁଁ ସ୍ବେଚ୍ଛାକୃତ ଅବସର ନେଉଥିବା କଥା ଚର୍ଚ୍ଚା କରୁଛନ୍ତି। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ମୋର ସ୍ବେଚ୍ଛାକୃତ ଅବସରର କୌଣସି ସଂପର୍କ ନାହିଁ। ତେବେ ଏହା ପ୍ରଥମ ନୁହେଁ ଗୁପ୍ତେଶ୍ୱର ପାଣ୍ଡେ ୧୧ବର୍ଷ ପୂର୍ବେ ନିର୍ବାଚନ ମଞ୍ଚରେ ପ୍ରବେଶ କରିବା ପାଇଁ ସ୍ବେଚ୍ଛାକୃତ ଅବସର ନେଇଥିଲେ, କିନ୍ତୁ ବିଜେପିରୁ ଟିକେଟ ନ ପାଇବା ପରେ ସେ ପୁଣି ଥରେ ପୁଲିସ ୟୁନିଫର୍ମ ପିନ୍ଧିଥିଲେ ବୋଲି ଜଣାପଡ଼ିଛି।