ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି : ସୌମେନ୍ଦ୍ର

ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି : ସୌମେନ୍ଦ୍ର

ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି : ସୌମେନ୍ଦ୍ର
ଭୁବନେଶ୍ୱର: ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ୱ ନେଇଛନ୍ତି । ଭୁବନେଶ୍ୱର କମିଶନରରେଟ୍ ପୋଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ-ଭୁବନେଶ୍ୱର ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ର ପି୍ରିୟଦର୍ଶୀଙ୍କୁ ନୂଆ ପୋଲିସ କମିସନର ଭାବେ ଆଜି ଦାୟିତ୍ୱ ଦିଆଯାଇଛି । ପୋଲିସ କମିସନର ଭାବେ ଦାୟିତ୍ୱ ନେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି । ଟୁଇନ୍ ସିଟିର ଧନ ଜୀବନ ସୁରକ୍ଷା ଆମ ପାଇଁ ବଡ ଦାୟିତ୍ୱ ବୋଲି ସିପି କହିଛନ୍ତି । ଦକ୍ଷ ଅଫିସରଙ୍କ ଉତରାଧିକାରି ଭାବେ କାର୍ଯ୍ୟ କରିବା ଚ୍ୟାଲେଞ୍ଜଂ । ପୂର୍ବତନ କମିଶନରଙ୍କ ଅସମାପ୍ତ କାର୍ଯ୍ୟକୁ ପୂରଣ ପାଇଁ ଧ୍ୟାନ ଦେବେ ବୋଲି ସୌମେନ୍ଦ୍ର କହିଛନ୍ତି । ଚେନ୍ନାଇ ଆନ୍ନା ବିଶ୍ୱବିଦ୍ୟାଳୟରେ ବିଟେକ ପଢ଼ିଥିବା ସୌମେନ୍ଦ୍ର ପ୍ରଥମେ ଟାଟା ଇଂଜିନିୟରିଂରେ ୩ ବର୍ଷ କାର୍ଯ୍ୟ କରିଥିଲେ । ୧୯୯୫ରେ ସେ ଆଇପିଏସ ଭାବେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ପୁରୀର ଅତିରିକ୍ତ ଏସପି ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ପ୍ରିୟଦର୍ଶୀ ମହାବାତ୍ୟାରେ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସିତ ହୋଇଥିଲେ । ପରେପରେ ସେ ପଦୋନ୍ନତି ପାଇ ଗଞ୍ଜାମ, ପୁରୀ, କଟକ ଓ କେନ୍ଦୁଝର ଏସପି ଭାବେ କାର୍ଯ୍ୟ କରିଥିଲେ । କଟକର ପ୍ରଥମ ଡିସିପି ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିôଥଲା । ଡିଆଇଜି ପଦକୁ ପଦୋନ୍ନତି ପାଇବା ପରେ ତାଙ୍କୁ ଡିଆଇଜି ପ୍ରଶାସନ ଏବଂ ଡିଆଇଜି କୋରାପୁଟ ଭାବେ ନିଯୁକ୍ତି ମିଳିଥିଲା । ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ତାଙ୍କର ଢେ଼ର ଅଭିଜ୍ଞତା ରହିଛି । ପରେ ତାଙ୍କୁ ଡିଆଇଜି ଅପରେସନ ଭାବେ ଦାୟିତ୍ୱ ଦିଆଯାଇଥିଲା । ୨୦୧୩ରେ ସେ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ । ଆଇଜି ଅପରେସନ ସହ ଆଇଜି ଗୁଇନ୍ଦା ଭାବେ କାର୍ଯ୍ୟ କରିବା ପରେ ୨୦୧୫ ନବକଳେବର ସମୟରେ ତାଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ମହାବାତ୍ୟା ଫନିରେ ବି ତାଙ୍କୁ ରିଲିଫ ଓ ଉଦ୍ଧାର ଦାୟିତ୍ୱରେ ରଖାଯାଇଥିଲା । ୨୦୧୧ରେ ସେ ରାଷ୍ଟ୍ରପତି ପୁଲିସ ପଦକ ପାଇଥିବାବେଳେ ୨୦୦୫ରେ ରାଜ୍ୟପାଳ ପଦକ ପାଇଥିଲେ ।