ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୪ ହଜାର ୯୧ କୋଟି ୯୮ ଲକ୍ଷର ବ୍ୟୟ ଅଟକଳ ପାରିତ
ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୪ ହଜାର ୯୧ କୋଟି ୯୮ ଲକ୍ଷର ବ୍ୟୟ ଅଟକଳ ପାରିତ
ଭୁବନେଶ୍ବର: ୨୦୨-୨୩ ଆର୍ଥିକ ବର୍ଷ ଲାଗି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୪ ହଜାର ୯୧ କୋଟି ୯୮ ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟ ଅଟକଳ ଗୁରୁବାର ଗୃହରେ ପାରିତ ହୋଇଛି । ସର୍ବସମ୍ମତି କ୍ରମେ ବିଭାଗର ବ୍ୟୟ ଅଟକଳ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ବ୍ୟୟ ଅଟକଳ ଆଲୋଚନା ଲାଗି ଗୃହରେ ଉପସ୍ଥାପନ କରିଥିଲେ । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଶେଷ ପାହାଚରେ ଥିବା ଅବହେଳିତ ବର୍ଗଙ୍କ ପ୍ରତି ସରକାର ନିଦା ବିଷ୍ଣୁ ସାଜିଛନ୍ତି ବୋଲି ଆଲୋଚନାରେ ଭାଗ ନେଇ ବିଜେପି ପକ୍ଷରୁ କୁହାଯାଇଛି ।
ଏହି ବର୍ଗଙ୍କୁ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଆବାସିକ ସ୍କୁଲଗୁଡ଼ିକରେ ଝିଅମାନେ ଗର୍ଭବତୀ ହେଉଥିବାର ଖବର ବିଭିନ୍ନ ସମୟରେ ଆସୁଛି । ଯାହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ''ରାଜ୍ୟରେ ଆଦିବାସୀଙ୍କ ପ୍ରତି ଅବିଚାର କରାଯାଉଛି । ସେମାନଙ୍କର ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉନି ।'' କଥା ଛଳରେ ନରସିଂହ ନୂଆପଡାର ଜଣେ ଦିବ୍ୟାଙ୍ଗ ଶିଶୁର ମନ୍ତବ୍ୟକୁ ଉଦାହରଣ ଦେଇ ସରକାର କଣ ଅନ୍ଧ କି ବୋଲି ପ୍ରଶ୍ନ କରିଛନ୍ତି ।




admin 