ଅନୁଭବଙ୍କ ନୂଆ ଭିଡିଓକୁ ନେଇ ଚର୍ଚ୍ଚା
ଅନୁଭବଙ୍କ ନୂଆ ଭିଡିଓକୁ ନେଇ ଚର୍ଚ୍ଚା
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ଏଥର ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ସେ ତାଙ୍କ ମନର କଥା କହିଛନ୍ତି।
ଗଣମାଧ୍ୟମ ସଂପର୍କରେ ଅନୁଭବ କହିଛନ୍ତି, ଗଣମାଧ୍ୟମ ଯାହା ଦେଖାଇବ, ତାହା କଣ ସତ୍ୟ? ଗତ ୧୪ ବର୍ଷ ହେଲା ମୁଁ ଯାହା ଭୋଗୁଛି ଗଣମାଧ୍ୟମ କେବେ କଳ୍ପନା କରିପାରିବ ନାହିଁ। ଘଟଣା ସଂପର୍କରେ ସତ କଣ ଜାଣିପାରି ବି ଗଣମାଧ୍ୟମ କିଛି କରିପାରୁନାହିଁ।
ଅନୁଭବ ମହାନ୍ତି ଆହୁରି କହିଛନ୍ତି, ଯିଏ ବି ନ୍ୟାୟରେ ଅଛନ୍ତି, ଆଉ ନ୍ୟାୟରେ ଥାଇ ବି ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି, ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ବାସ ପର୍ୟ୍ୟନ୍ତ ସେମାନଙ୍କ ପଛରେ ଠିଆ ହେବି। ମୋର ଯୋଉ ଭାଇଭଉଣୀମାନେ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଅଲବତ୍ ଲଢ଼ିବି। ବାକି ମହାପ୍ରଭୁଙ୍କ ହାତରେ। ଆପଣମାନଙ୍କ ହାତରେ। ସତ୍ୟର ଜୟ ହେଉ, ଧର୍ମର ଜୟ ହେଉ। ଯଦି ମୁଁ ଆପଣମାନଙ୍କୁ ଧୋକା ଦେଉଥାଏ, ତେବେ ମୋତେ ଦଣ୍ଡ ମିଳୁ। ଯଦି ମୁଁ ସତପଥରେ ଅଛି, ତେବେ ମୋତେ ନ୍ୟାୟ ମିଳୁ।ତେବେ ଅନୁଭବ କେଉଁ ପରିପ୍ରେକ୍ଷୀରେ ଏହି ଭିଡିଓ ଜାରି କଲେ ତାକୁ ନେଇ ନାନା କଥା ଆେଉଲୋଚନା ହେଉଛି। ନିକଟରେ ବ୍ରଜରାଜନଗର ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରୁ ତାଙ୍କ ବାଦ ଦିଆଯାଇ ଅରିନ୍ଦମଙ୍କୁ ରଖାଯାଇଛି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପ୍ରଚାର ସମୟରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ପକ୍ଷରେ ଦଳ ତାଙ୍କୁ କୋଣଠେସା କରିଥିବା ବେଳେ ଏପଟେ ଦଳରେ ବର୍ଷାଙ୍କ କ୍ରେଜ୍ ଦିନକୁ ଦିନ ବଢ଼ୁଥିବା ଦେଖାଯାଇଛି।




admin 