ଅନଲାଇନ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜର ଶୁଭାରମ୍ଭ: ଧର୍ମେନ୍ଦ୍ର ପ୍ରଧାନ

ଅନଲାଇନ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜର ଶୁଭାରମ୍ଭ: ଧର୍ମେନ୍ଦ୍ର ପ୍ରଧାନ

ଅନଲାଇନ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜର ଶୁଭାରମ୍ଭ: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଲାଇନ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ (ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ନୂଆ ଇଲୋକ୍ଟ୍ରୋନିକ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫି୍ର ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁ୍ୟତିକ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ ଖୋଲିଛି ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏକ ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏକ ବଡ଼ ପଦକ୍ଷେପ ବୋଲିସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନଜିଆରବି) ଖୁବ ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜନେସ ଶୁଳ୍କ ନୀତି ଘୋଷଣା କରିବ । ସେହିପରି ଆଇଜିଏକ୍ସ ମାଧ୍ୟମରେ ଏଲଏନଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ସିଜିଡି ଭିତ୍ତିଭୂମି ଏବଂ ବଜାର ଚାଳିତ ମୂଲ୍ୟ ମେକାନିଜିମ ପାଇଁ ଅନୁମତି ନିମନ୍ତେ ବଡ଼ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ । ଗ୍ୟାସ କ୍ଷେତ୍ରରେ ଭାରତର ଦୀର୍ଘକାଳୀନ ଚୁକ୍ତି କତାର, ଅଷ୍ଟ୍ରେଲିଆ, ଋଷ ଏବଂ ଆମେରିକା ଭଳି ଅନେକ ଦେଶ ସହିତ ରହିଛି । ଏହା ସହ ଭାରତ ଋଷର ମୁଜାଽିକ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ଭାରତ ରଣନୈତିକ ଆସେଟରେ ପୁଞ୍ଜିନିବେଶ କରିଛି । ଅପରପକ୍ଷରେ ଶ୍ରୀ ପ୍ରଧାନ ଏହି ଅବସରରେ ଦେଶରେ ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ କି୍ରୟାନ୍ୱୟନ ହେଉଥିବା ପ୍ରକଳ୍ପ ଯଥା ଉର୍ଜା ଗଙ୍ଗା, ଇଷ୍ଟର୍ଣ୍ଣ ଇଣ୍ଡିଆ ଗ୍ରୀଡ଼, ଧାମରା-ଦହେଜ ପାଇପ ଲାଇନ କୋଇଲା ଗ୍ୟାସିଫିକେସନ ଏବଂ ସିବିଏମ ପଲିସି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶରେ ୩୦ ହଜାର କିମି ପାଇପ ଲାଇନ ହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ଦୂରଦୃଷ୍ଟି ଦିଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର ଏବଂ ସମାନ ଉର୍ଜା ଯୋଗାଣ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି ।