ଅନଲାଇନ ଗେମରେ ବାରମ୍ବାର ହାରିବାରୁ ହତ୍ୟା, ୯ ବର୍ଷର ଝିଅକୁ ହତ୍ୟା କଲା ୧୧ ବର୍ଷର ପୁଅ

ଅନଲାଇନ ଗେମରେ ବାରମ୍ବାର ହାରିବାରୁ ହତ୍ୟା, ୯ ବର୍ଷର ଝିଅକୁ ହତ୍ୟା କଲା ୧୧ ବର୍ଷର ପୁଅ

ଅନଲାଇନ ଗେମରେ ବାରମ୍ବାର ହାରିବାରୁ ହତ୍ୟା, ୯ ବର୍ଷର ଝିଅକୁ ହତ୍ୟା କଲା ୧୧ ବର୍ଷର ପୁଅ
ଇନେ୍ଦାର: ମଧ୍ୟପ୍ରଦେଶର ଇନେ୍ଦାରରେ ଅନଲାଇନ ଗେମ ପାଇଁ ଜଣେ ୯ ବର୍ଷୀୟ ନାବାଳିକାର ଜୀବନ ଯାଇଛି । ନାବାଳିକା ଜଣଙ୍କ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି । ତେବେ ସେ ତାଙ୍କ ପଡ଼ିଶାରେ ରହୁଥିବା ଜଣେ ୧୧ ବର୍ଷର ନାବାଳକଙ୍କ ସହ ଅନଲାଇନ ଗେମ ଖେଳନ୍ତି । ନାବାଳିକା ଜଣକ ସବୁବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହାରନ୍ତି । ଖେଳରେ ହାରୁଥିବା ନାବାଳକ ଜଣଙ୍କ ଅତ୍ୟନ୍ତ ରାଗି ଯାଇ ଉକ୍ତ ନାବାଳିକାଙ୍କୁ ମୁଣ୍ଡକୁ ପଥରରେ ଛେଚି ମାରି ଦେଇଛନ୍ତି । ଅଭିଯୁକ୍ତ ନାବାଳକ ମଧ୍ୟ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ନାବାଳିକାକୁ ହତ୍ୟା କରିବା ପରେ ସେ ନିଜକୁ ବାଥରୁମରେ ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ କରି ରଖିଥିଲା । ଉଭୟଙ୍କ ଘର ଇନେ୍ଦାରର ଲାସୁଡ଼ିଆରେ । ଏହି ଅନଲାଇନ ଗେମରେ ପ୍ରତିଦ୍ୱନ୍ଦ୍ୱୀମାନେ ନିଜେ ଏକ ଦ୍ୱୀପରେ ରହିବା ପାଇଁ ପରସ୍ପରକୁ ମାରିଥାନ୍ତି । ତେବେ ନାବାଳିକା ଜଣଙ୍କ ବାରମ୍ବାର ଏହି ଗେମରେ ନାବାଳକକୁ ମାରିବାରେ ସକ୍ଷମ ହେଉଥିଲେ । ତେବେ ବାରମ୍ବାର ଏହି ନାବାଳିକାଙ୍କ ଠାରୁ ଅନଲାଇନ ଗେମରେ ହାରିବା ପରେ ନାବାଳକ ଜଣଙ୍କ ଅତ୍ୟନ୍ତ ରାଗି ଯାଇ ଏଭଳି କାଣ୍ଡ ଘଟାଇଛନ୍ତି ।