ଅଧରାତିରେ ଭୁଶୁଡିଲା ବିମାନ ବନ୍ଦର ଛାତ, ଜଣେ ମୃତ

ଅଧରାତିରେ ଭୁଶୁଡିଲା ବିମାନ ବନ୍ଦର ଛାତ, ଜଣେ ମୃତ

ଅଧରାତିରେ ଭୁଶୁଡିଲା ବିମାନ ବନ୍ଦର ଛାତ, ଜଣେ ମୃତ
ଭୁବନେଶ୍ୱର - ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ୱର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୁଶୁଡିଲା ନବନିର୍ମିତି କୋଠାର ଛାତ । ୬୦ କୋଟି ଟଙ୍କା ବ୍ୟୟରେ କାର୍ୟ୍ୟ କରାଯାଉଥିଲା। ଭୁଶୁଡି ଥିବା କୋଠା ତଳେ କିଛି ଲୋକ ଫସି ରହିଥିବା ଆଶଙ୍କା । ତେବେ ଆଜି ରାତିରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଥିବା ସୂଚନା ମିଳିଛି । ଯେଉଁଥିରେ ଜଣେ ମୃତ ଅନେକ ଲୋକ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି । ମୃତକ ଜଣକଙ୍କ ଘର କଟକ ଜିଲ୍ଲା ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମି ଗୁରୁ ବୋଲି ଜଣାପଡିଛି ।