ଅଜୟ ରାୟଙ୍କ ଭଳି ଛୋଟ ନେତାଙ୍କ ପଛରେ ରାହୁଲ ନଲୁଚନ୍ତୁ : ଅମିତ ମାଲବୀୟ

ଅଜୟ ରାୟଙ୍କ ଭଳି ଛୋଟ ନେତାଙ୍କ ପଛରେ ରାହୁଲ ନଲୁଚନ୍ତୁ : ଅମିତ ମାଲବୀୟ

ଅଜୟ ରାୟଙ୍କ ଭଳି ଛୋଟ ନେତାଙ୍କ ପଛରେ ରାହୁଲ ନଲୁଚନ୍ତୁ :  ଅମିତ ମାଲବୀୟ

ନୂଆଦିଲ୍ଲୀ : ବିଜେପିର ଆଇଟି ବିଭାଗ ମୁଖ୍ୟ ଅମିତ ମାଲବୀୟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି । ଖୋଲୋଖୋଲି ଭାବେ ରାହୁଲ ୨୦୨୪ ଲୋକସଭା ୩ନିର୍ବାଚନରେ ଆମେଥିରୁ ଲଢିବା ନେଇ ଘୋଷଣା କରନ୍ତୁ  । ଅଜୟ ରାୟଙ୍କ ଭଳି ଛୋଟ ନେତାଙ୍କ ପଛରେ ରାହୁଲ ନଲୁଚନ୍ତୁ । ସେ କେବଳ ଗୋଟିଏ ମାତ୍ର ଆସନରୁ ଲଢିବା ଉଚିତ୍‌ ବୋଲି ଅମିତ କହିଛନ୍ତି ।


ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ ରାୟ ଗତ ସପ୍ତାପରେ କହିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ପୁଣିଥରେ ଆମେଥିରୁ ଲଢିବେ  । ରାହୁଲଙ୍କୁ ଆମେଥିରୁ ବଡ ବ୍ୟବଧାନରେ ବିଜୟୀ କରାଇ ଲୋକସଭାକୁ ପୁଣି ଥରେ ପଠାଇବାକୁ ରାୟ ଆମେଥିବାସୀଙ୍କୁ ନିବେଦନ କରିଥିଲେ । ଗାନ୍ଧୀ-ନେହେରୁ ପରିବାରର ଆମେଥି ସହିତ ପୁରୁଣା ସଂପର୍କ ରହିଛି । ଏହାକୁ କେହି ଦୁର୍ବଳ କରିପାରିବେ ନାହିଁ ବୋଲି ସେ କହିଥିଲେ । ଏହି ଘୋଷଣା ପରିପ୍ରେକ୍ଷୀରେ ବିଜେପି ନେତା ଆଜି ଟ୍ୱିଟ କରି ରାହୁଲଙ୍କୁ ଏପରି ଚ୍ୟାଲେଞ୍ଜ କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାହୁଲ ଆମେଥିରୁ ଲଗାତାର ୩ଥର ଜିତିବା ପରେ ୨୦୧୯ରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଳେ । ସେ ଏବେ କେରଳର ୱାୟନାଡ ଆସନରୁ ସାଂସଦ ଅଛନ୍ତି ।