ଅଙ୍ଗନବାଡ଼ି, ଆଶାଙ୍କ ପରିବାରକୁ ଭତ୍ତାଘୋଷଣା
ଅଙ୍ଗନବାଡ଼ି, ଆଶାଙ୍କ ପରିବାରକୁ ଭତ୍ତାଘୋଷଣା
admin
Jul 17, 2020 - 09:30
Updated: Jul 17, 2020 - 09:30
ଭୁବନେଶ୍ୱର: କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ:
୧- ଡୁ୍ୟଟିରେ ଥାଇ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବ ।
୨- ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏଁ ଭତ୍ତା ମିଳିବ ।
୩- ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ମିଳିବ ।
୪- ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ମିଳିବ ।
ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ତେବେ କରୋନା ମୁକାବିଲା କ୍ଷେତ୍ରରେ ସାମିଲ କୋଭିଡ ଯୋଦ୍ଧା ଯଥା- ଡାକ୍ତର, ପୁଲିସ ଓ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ପୂର୍ବରୁ ବୀମା ଘୋଷଣା କରିଥିଲେ । ତେବେ ଆଜି ଅଙ୍ଗନବାଡ଼ି, ଆଶାଙ୍କ ପାଇଁ ଭତ୍ତା ଘୋଷଣା କରିଛନ୍ତି ।