ଅଖିଳେଶଙ୍କ ଘରେ ଫାଟ; ବିଜେପିରେ ମିଶିବେ ଭାଇବୋହୂ!

ଅଖିଳେଶଙ୍କ ଘରେ ଫାଟ; ବିଜେପିରେ ମିଶିବେ ଭାଇବୋହୂ!

ଅଖିଳେଶଙ୍କ ଘରେ ଫାଟ; ବିଜେପିରେ ମିଶିବେ ଭାଇବୋହୂ!

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ରୋଚକ ମୋଡ଼ରେ। ଦଳବଦଳ ସବୁଦିନ ଚାଲିଛି। ଏବେ ଏଥିରେ ସାମିଲ ହୋଇଛନ୍ତି ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପରିବାର। ଅଖିଲେଶଙ୍କ ଭାଇବୋହୂ ବିଜେପିକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି। ଖୁବଶୀଘ୍ର ସାଇକେଲ ଛାଡି ପଦ୍ମ ଧରିବେ ଅପର୍ଣ୍ଣା ଯାଦବ। ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣ୍ଟ ଆସନରୁ ସାଇକଲ ଚିହ୍ନରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।

ସମାଜବାଦୀ ପାର୍ଟିର ସାନ ବୋହୂ ଅପର୍ଣ୍ଣା ଯାଦବ ସର୍ବଦା ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରନ୍ତି। ଏବେ ସେ କୁଆଡେ ବିଜେପି ଆଡକୁ ଅଧିକ ଢ଼ଳିଥିବା କୁହାଯାଉଛି। ବିଜେପି ହାଇକମାଣ୍ଡ ମଧ୍ୟ ଅଖିଲେଶଙ୍କୁ ଟକ୍କଟର ଦେବା ପାଇଁ ଅପର୍ଣ୍ଣାଙ୍କ ଉପରେ ଭରସା ଦେଖାଇଥିବା ଚର୍ଚ୍ଚା ହେଉଛି।

ରବିବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇପାରନ୍ତି । ଏହି ସମୟରେ ଅପର୍ଣ୍ଣା ବି ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି। ଯଦି ଏଭଳି କିଛି ହୁଏ ତେବେ ଅଖିଲେଶଙ୍କ ଦଳକୁ ଏହା ଶକ୍ତ ଝଟ୍କା ଦେଇପାରେ।