ଜାତୀୟ ଯୁବ କଂଗ୍ରେସର ବଡ ହଲ୍ଲାବୋଲ

ଗୁରୁବାର ଓଡ଼ିଶା ଯୁବ କଂଗ୍ରେସ ତରଫରୁ ଦୀଲ୍ଲୀର ଯନ୍ତ୍ରରମନ୍ତ୍ର ଠାରେ ମୋହନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ପୁଅର, ଅସାମାଜିକ କାର୍ଯ୍ୟକଳାପ ଓ ବରିଷ୍ଟ ସରକାରୀ ପ୍ରଶାସନିକ ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଦିଲ୍ଲୀଠାରେ ଦଳ ପ୍ରତିବାଦ କରିଛି । ଘଟଣାକୁ ଚାରିମାସ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଥିବା ବିଜେପି ସରକାର ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଫଳରେ ଏହାକୁ ବିରୋଧ କରି ଦିଲ୍ଲୀରେ ଓଡିଶା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା ଏଥିରେ ରାଜ୍ୟରୁ ପ୍ରାୟ 100ରୁ ଅଧିକ ଯୁବକଂଗ୍ରେସ ଯୋଗ ଦେଇଥିଲେ । ଗୁରୁବାର ଓଡିଶା ଯୁବସଭାପତି ରଞ୍ଜିତ୍ ପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋପ ପଦର୍ଶନ କରାଯାଇଥିଲା ।
ସେପଟେ ବୁଧବାର ମଧ୍ୟ ମୋଦି ସରକାର ବିରୋଧରେ ଜାତୀୟ ଯୁବ କଂଗ୍ରେସର ସବୁଠାରୁ ବଡ ହଲ୍ଲାବୋଲ । ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛି କଂଗ୍ରେସ । ଗତ 11 ବର୍ଷ ଧରି ମୋଦୀ ସରକାର ଭାରତର କୋଟି କୋଟି ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ନେଇ ଠକିଚାଲିଛି । ଫଳରେ ଦେଶରେ ବେରୋଜଗାରୀ ବୃଦ୍ଧି ପାଇ ଦେଶର ଯୁବକ ଅପରାଧ ଓ ନିଶାରେ ଲିପ୍ତ ରହୁଥିବା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତର ଠାରେ ବିଶାଳ ବିକ୍ଷୋପ ପଦର୍ଶନ କରିଛି । ଏଥିରେ ଓଡିଶାରୁ 100 ଜଣ ଯୋଗ ଦେଇଥିବା ବେଳେ ସାରା ଦେଶରୁ ପ୍ରାୟ 10 ହଜାରରୁ ଅଧିକ ଯୁବ କଂଗ୍ରେସ ଉପସ୍ଥିତ ରହିଥିଲେ । ଯୁବ କଂଗ୍ରେସର ଅଭିଯୋଗ ଅନୁସାରେ ବିଜେପି ଶାସିତ ରାଜ୍ୟ ମାନଙ୍କରେ ଅନ୍ୟ ରାଜ୍ୟ ଗୁଡିକ ଅପେକ୍ଷା ବେଶି ନିଶା କାରବାର ହେଉଛି । ଯେଉଁଥି ପାଇଁ ଯୁବପିଢୀ ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ନଶା ନୁହିଁ ନକୋରୀ ଦୋ ନାରା ଦେଇ ବିକ୍ଷୋଭ କରାଯାଇଥିଲା । ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପଦର୍ଶନ କରାଯାଇଥିଲା ।