ବଡ଼ ଖବର:ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ

ବଡ଼ ଖବର:ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବନ କରିଛି । କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ନିଲମ୍ବିତ କରାଯାଇଛି । ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ସଞ୍ଜୟ ସଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ମନ୍ତ୍ରଣାଳୟ ରୋକ ଲଗାଇଥିବା ଜଣାଯାଇଛି । ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ଜୋରଦାର ବିରୋଧ କରାଯାଇଥିଲା । ଅଧ୍ୟକ୍ଷଙ୍କୁ ବିରୋଧ କରି କୁସ୍ତିରୁ ସାକ୍ଷୀ ମଲ୍ଲିକ ଅବସର ନେଇଥିଲେ । 

ନ୍ତ୍ରାଳୟ ଦର୍ଶାଇଛି ଯେ, ‘କୁସ୍ତି ମହାସଂଘ’ର ନବନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଡିସେମ୍ବର ୨୧ ତାରିଖରେ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷ ଶେଷ ପୂର୍ବରୁ ମ‘ଜୁନିୟର୍‌ ନ୍ୟାସ୍‌ନାଲ୍‌ କମ୍ପିଟିସନ୍‌’ ଆରମ୍ଭ ହେବ। କିନ୍ତୁ, ଏହା ନିୟମ ବିରୋଧୀ କାର୍ୟ୍ୟ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି କରିବା ଲାଗି କୁସ୍ତି ଖେଳାଳିମାନଙ୍କୁ ଅନ୍ୟୂନ ୧୫ ଦିନ ସମୟ ଦିଆଯାଏ।

କ୍ରୀଡ଼ା ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି, ଏଭଳି ନିଷ୍ପତ୍ତି (ଜାତୀୟ ପ୍ରତିଯୋଗିତା ଆୟୋଜନ) ‘ଏକ୍ଜିକ୍ୟୁଟିଭ୍‌ କମିଟି’ଦ୍ବାରା ଗ୍ରହଣ କରାଯାଇଥାଏ। ତା’ପୂର୍ବରୁ ବିଚାର ପାଇଁ ‘ଆଜେଣ୍ଡା’ ଉପସ୍ଥାପନ କରିବାକୁ ପଡ଼ିଥାଏ। ‘ଡବ୍ଲୁଏଫ୍‌ଆଇ’ ସମ୍ବିଧାନର ଧାରା ୧୧ (ମିଟିଂ ପାଇଁ ନୋଟିସ୍‌ ଓ କୋରମ୍‌) ଅନୁସାରେ, ‘ଏକ୍ଜିକ୍ୟୁଟିଭ୍‌ କମିଟି’ ବୈଠକ ଲାଗି ୧୫ ଦିନ ପୂର୍ବରୁ ନୋଟିସ୍‌ ଦିଆଯାଏ ଓ ଏଥିରେ ଏକତୃତୀୟାଂଶ ପ୍ରତିନିଧି ନିମନ୍ତେ ‘କୋରମ୍‌’ ଆବଶ୍ୟକ ହୋଇଥାଏ। ଜରୁରୀକାଳୀନ ବୈଠକ ପାଇଁ ବି ୭ ଦିନ ଆଗରୁ ନୋଟିସ୍‌ ଓ ଏକତୃତୀୟାଂଶ ପ୍ରତିନିଧି ନିମନ୍ତେ ‘କୋରମ୍‌’ ଆବଶ୍ୟକ ହୋଇଥାଏ।