ବିଶ୍ୱ ଦୁଗ୍ଧ ଦିବସ

ବିଶ୍ୱ ଦୁଗ୍ଧ ଦିବସ

ଭୁବନେଶ୍ୱର: ନିୟମିତ ଖିର ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୁଏ । ଖିର ଆମ ଶରୀର ପାଇଁ କେତେ ଜରୁରୀ, ସେ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ବିଶ୍ୱସ୍ତରରେ ଦୁଗ୍ଧ ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି, ଦୁଗ୍‌ଧ ଉଦ୍ୟୋଗ ସହ ଜଡ଼ିତ ଯେ କୌଣସି ପଦକ୍ଷେପ ସମ୍ପର୍କରେ ସଚତେତନତା ସୃଷ୍ଟି ସହ ତାହାକୁ ସମର୍ଥନ କରିବାର ସୁଯୋଗ ଆଣିବା।

ଏହା ଦ୍ବାରା ସନ୍ତୁଳିତ ଖାଦ୍ୟରେ କ୍ଷୀରର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି ସହ ଏହା ବିଭିନ୍ନ ସମୁଦାୟ ଓ ଜୀବିକାକୁ ସାହାଯ୍ୟ ମିଳିପାରିବ। ଏଫ୍‌ଏଓର ଆକଳନ ଅନୁସାରେ, ଦୁଗ୍‌ଧ ଶିଳ୍ପ ବିଶ୍ବର ଶହେ କୋଟିରୁ ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିପାରିଛି ଏବଂ ପ୍ରାୟ ୬୦୦ କୋଟିରୁ ଅଧିକ ଜନସାଧାରଣ କ୍ଷୀରକୁ ଶ୍ରଦ୍ଧାରେ ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ‘ପୁଷ୍ଟିକର ଖାଦ୍ୟ ଓ ଜୀବିକା ପ୍ରଦାନ ସହିତ ପ୍ରଦୂଷଣ ହ୍ରାସ କରିବାରେ ଦୁଗ୍‌ଧର ଗୁରୁତ୍ବ’। ଅର୍ଥାତ୍‌ ଦୁଗ୍‌ଧଜାତ ଦ୍ରବ୍ୟର ଗୁରୁତ୍ବ ଉପଲବ୍‌ଧି କରିବା ସହ ପରିବେଶ ଉପରେ ଏହାର କୁପ୍ରଭାବ କିଭଳି ହ୍ରାସ ଘଟିଛି ତାହା ଆଲୋକପାତ କରିବ।