କାହିଁକ ଶୋ’ରୁମ୍ ଓ ଦୋକାନ ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ବାଜିଥାଏ?

କେବେ ନା କେବେ ତ ଏହି କଥାକୁ ଆପଣ ଧ୍ୟାନ ରଖିଥିବେ ଘଣ୍ଟାର ବଡ ଶୋ’ ରୁମ୍ ହେଉ କିମ୍ବା ଛୋଟ ଦୋକାନ, ସେଠାରେ ଥିବା ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ ହିଁ ବାଜିଥାଏ। କେବଳ ସେତିକି ନୁହେଁ ବିଜ୍ଞାପନରେ ମଧ୍ୟ ସେଭଳି ସମାନ କଥା ଦେଖିବାକୁ ମିଳେ। ତେବେ ଏହା ପଛର କାରଣ କ’ଣ ହୋଇଥାଇ ପାରେ ତାହା ଜାଣନ୍ତି କି?
ଘଣ୍ଟାକୁ ଏହି ଖାସ୍ ସମୟରେ ସେଟ୍ କରିବା ପଛରେ ମଧ୍ୟ ରହିଛି ବହୁ କିଛି କାହାଣୀ। ପ୍ରଥମେ ଟାଇମେକ୍ସ ଓ ରୋଲେକ୍ସ ଭଳି ପ୍ରସିଦ୍ଧ କମ୍ପାନୀ ନିଜର ଘଣ୍ଟାର ସମୟ ୮ଟା ୨୦ ମିନିଟରେ ରଖୁଥିଲେ। ଯାହାଫଳରେ କମ୍ପାନୀର ନାମ ଗ୍ରାହକମାନେ ସଫା ସଫା ଦେଖିପାରିବେ। କିନ୍ତୁ ପରେ ଅନୁଭବ କରିଥିଲେ ଘଣ୍ଟାରେ ଏହି ସମୟକୁ ଫିଟ୍ କଲେ କାନ୍ଦୁରା ଚେହେରା ଭଳି ଦେଖାଯାଉଛି। ଯାହାଫଳରେ ଲୋକଙ୍କ ଉପରେ ନକାରତ୍ମକ ପ୍ରଭାବ ପଡିପାରେ।
୮ଟା ୨୦ ମିନିଟକୁ ନକାରତ୍ମକର ସୂଚନା ମାନୁଥିବା କମ୍ପାନୀ ଏହାକୁ ବଦଳିବାର ନିଷ୍ପତ୍ତି ନେଇଥିଲା ଓ ଏହା ବଦଳରେ ତାକୁ ଓଲଟା ଦେଖା ଯାଉଥିବା ସମୟ ୧୦ଟା ୧୦ ମିନିଟକୁ ଚୟନ କରିଥିଲେ। ଯଦି ଘଣ୍ଟାର ଏହି ସମୟକୁ ଭଳ ଭାବରେ ଦେଖିବେ ତେବେ ହସୁଥିବା ମୁହଁ ଭଳି ଦେଖିବାକୁ ପାଇବେ।
କେବଳ ସେତିକି ନୁହେଁ ୧୦ଟା ୧୦ଟା ମିନିଟ୍ ହେଲେ ଘଣ୍ଟା ଓ ମିନିଟ୍ କଣ୍ଟାର ସ୍ଥିତି ଇଂରାଜୀ ଅକ୍ଷରର ଚିହ୍ନ ଙ୍ଖ ହୋଇଯାଏ। ଏହା ଭିକ୍ଟ୍ରି ବା ବିଜୟର ପ୍ରତୀକ। ଘଣ୍ଟାର ଖାସ୍ ସମୟ ସେଟ୍ କରିବା ପଛର ଏହା ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ।
ଘଣ୍ଟା କମ୍ପାନୀ ନିଜର ନାମ ୧୨ ଅଙ୍କର ଠିକ୍ ପଛରେ ଲେଖିଥାନ୍ତି ଓ ୧୦ଟା ୧୦ ମିନିଟ୍ ଟାଇମ ଚୟନ କରିବା ଦ୍ବାରା କମ୍ପାନୀର ନାମ ତୁରନ୍ତ ଲୋକଙ୍କ ଧ୍ୟାନକୁ ଆସିଥାଏ। ଏହି ସମୟ ଘଣ୍ଟା କମ୍ପାନୀର ମାର୍କେଟିଂ ଷ୍ଟ୍ରାଟେଜିର ଅଂଶ।
କେବଳ ସେତିକି ନୁହେଁ ଯେତେବେଳେ ହିରୋସୀମା ଉପରେ ଲିଟିଲ ବୟ ନାମକ ପରମାରୁ ବୋମା ପଡିଥିଲା ସେତେବେଳେ ସମୟ ଥିଲା ୧୦ଟା ୧୦ ମିନିଟ୍। ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ସହାନୁଭୂତି ବ୍ୟକ୍ତ କରିବା ପାଇଁ ଘଣ୍ଟା ନିର୍ମାଣକାରୀ କମ୍ପାନୀ ହୁଏତ ଏହି ସମୟକୁ ଚୟନ କରିଥାଇ ପାରନ୍ତି। କିନ୍ତୁ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ସତ ବୋଲି କହିହେବନି। କାରଣ ନାଗାସାକି ଉପରେ ହୋଇଥିବା ଆକ୍ରମଣ ସକାଳ ୮ଟା ୧୦ ମିନିଟରେ ହୋଇଥିଲା।