ସମ୍ବଲପୁର ଗସ୍ତରେ ପାଣ୍ଡିଆନ୍

ସମ୍ବଲପୁର ସମ୍ବଲପୁର ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସମଲେଇ ମନ୍ଦିର ଯାଇ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହାପରେ ବିଭିନ୍ନ କାର୍ୟ୍ୟକ୍ରମରେ ଦେବେ ଯୋଗ ।
ଶନିବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ସର୍କିଟ ହାଉସରେ ରାତ୍ରୀଯାପନ କରିଛନ୍ତି । ଏହାପରେ ଭୋର ସକାଳରୁ ସମଲେଇ ମନ୍ଦିର ଯାଇ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି । ତେବେ ସମଲେଇ ଦର୍ଶନ ପରେ ସେ ମହାନଦୀ ହାଫ- ମାରାଥନକୁ ଫ୍ଲାଗ ଅପ୍ କରିଛନ୍ତି । ମହାନଦୀ ହାଫ ମାରାଥନ ଫ୍ଲାଗ ଅଫ ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡଟ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ସମୀକ୍ଷା କରିବେ । ପରେ ଭିଏସଏସ ଷ୍ଟାଡିୟମ ଯାଇ ସେଠାରେ ଜିଲ୍ଲାର ସ୍ପୋର୍ଟସ ଓ ଆଥଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି ।