ଝଡ଼ ବର୍ଷାରେ ଭାଙ୍ଗିଲା ଗଛ, ରେଳ ଚଳାଚଳ ବାଧାପ୍ରାପ୍ତ
ବଲାଙ୍ଗୀର: ସଇଁତଳା ବ୍ଲକ ସିକେର ବଡ଼ମାଳ ରେଲୱେ ଷ୍ଟେସନ ମଝିରେ ଥିବା ବଡ଼ ଯୋର ବ୍ରିଜ ନିକଟରେ ଏକ ବିରାଟ ଗଛ ଭାଙ୍ଗିପଡିଲା। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗଛ ପଡିବା ଯୋଗୁ ବିଦ୍ୟୁତ ତାର ଛିଣ୍ଡିବାରୁ ପ୍ରାୟ ୬ଘଣ୍ଟା ପର୍ୟ୍ୟନ୍ତ ଟ୍ରେନ ଅଟକି ରହିଥିଲା ।
ସୂଚନା ମୁତାବିକ, ଆଜି ସକାଳୁ ଝଡ଼ ବର୍ଷା ଯୋଗୁଁ ରେଲୱେ ଟ୍ରାକରେ ବିରାଟ ଗଛଟି ଭାଙ୍ଗି ପଡିଥିଲା। ଫଳରେ ରେଲୱେ ବିଦ୍ୟୁତ ତାର ଛିଣ୍ଡିବାରୁ ଇସ୍ପାତ ଏକ୍ପପ୍ରେସ୍ ଅଟକି ରହିଥିଲା। ପରେ ଟିଟିଲାଗଡ଼ ଷ୍ଟେସନରୁ ଡିଜେଲ ଇଞ୍ଜିନ ଆସିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।




admin 