ବାହାନଗାରେ ଗଡ଼ିଲା ଟ୍ରେନ୍

ବାହାନଗାରେ ଗଡ଼ିଲା ଟ୍ରେନ୍

ସୋର : ବାହାନଗାରେ ଗଡ଼ିଲା ଟ୍ରେନ୍। ସୋମବାର ଦିନ ସକାଳୁ ସକାଳୁ ବାହାନଗାରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବାହାନଗା ଦେଇ ସକାଳେ ତିନୋଟି ଟ୍ରେନ୍‌ ଯାଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ୍, ମସୁରୀ ପୁଡୁଚେରୀ ଏକ୍ସପ୍ରେସ୍ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ୍ କୋଲକାତା ଆଡ଼କୁ ଯାଇଛି ।  ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି । ଶନିବାର ରାତିରେ  ୫୧ ଘଣ୍ଟା ପରେ ପରୀକ୍ଷାମୂଳକ ଭାବେ ଗାଡ଼ିଥିଲା ମାଲବାହି ଟ୍ରେନ୍‌ ।