ରମାଦେବୀ ପାଚେରି ଭୁଶୁଡ଼ିବା ଘଟଣାରେ ସରକାରଙ୍କୁ ଟାର୍ଗେଟ୍ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପାଚେରି ଭୁଶୁଡ଼ିବା ଘଟଣାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କକୁ ଘେରିଛନ୍ତି। ଆଜି ଘଟଣାସ୍ଥଳ ପରିଦର୍ଶନ କରିଛି ଛାତ୍ର କଂଗ୍ରେସ। ଏନେଇ ଆଜି ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ କୁମାରୀ ଅନୁଲେଖା ବୋଷ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜ୍ ଏବଂ ରାଜ୍ୟ ଛାତ୍ର କଂଗ୍ରେସର ବିଭିନ୍ନ ପଦାଧିକାରୀ ପରିଦର୍ଶନରେ ଆସି କିଛି ମାସ ତଳେ ତିଆରି ହୋଇଥିବା ପାଚେରି ଭୁଶୁଡ଼ିବା ଘଟଣାକୁ ନିନ୍ଦା କରିଛନ୍ତି।
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର୍ ନୱାଜ୍ ଜୀଙ୍କ କହିବା ଅନୁସାରେ, ଏହା ହେଉଛି ନବୀନ ମାର୍ଗ ବିକାଶର ଏକ ବିକୃତ ଚିତ୍ର । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇମାସ ଭିତରେ ହୋଇଥିବା ପାଚେରି ଭୁଶୁଡ଼ି ପଡ଼ୁଛି । ଖାଲି ଏହା ରାଜଧାନୀ ଭୁବନେଶ୍ୱର କଥା ନୁହେଁ ପୂର୍ବରୁ ବାଙ୍କିରେ ମଧ୍ୟ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ପାଚେରି ୭ ଦିନ ଭିତରେ ଭୁଶୁଡ଼ି ପଡ଼ିଥିଲା । ଦୁଇବର୍ଷ ପୂର୍ବରୁ ବମିଖାଲ ଓଭରବ୍ରିଜରେ ବାରମ୍ବାର ବ୍ରିଜ ଭୁଶୁଡ଼ି ଦୁଇଜଣ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ଭାଗ୍ୟବସତଃ ଏ ଘଟଣାରେ କିଛି ଅଘଟଣ ଘଟିନାହିଁ । ଏଭଳି ବିକୃତ ଚିତ୍ର ରାଜ୍ୟର ବିକାଶ ନାଁ ରେ ଯେଉଁଭଳି ଭାବରେ ପଇସା ଲୁଟିବାକୁ ନେଇ ମନଇଚ୍ଛା ଭାବରେ କଂଟ୍ରାକ୍ଟର କାମ କରୁଛନ୍ତି, ନିଜ ଭିତରେ ସଲାସୁତରା ହେଉଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ । କିନ୍ତୁ ଆଜି ମେୟର କହୁଛନ୍ତି ସେ ଦାୟୀ ନୁହନ୍ତି । ଏଠାରେ ସଠିକ କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ, ଯେଉଁ କଂଟ୍ରାକ୍ଟର କାମ କରିଛନ୍ତି ତାଙ୍କ ବିଲ୍ ପାସ ହୋଇଛି କି ନାହିଁ ? ତେବେ ଯଦି ବିଲ୍ ପାସ ହୋଇଛି ତେବେ ତାହା ଫେରସ୍ତ ହେବ । ଓ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । କାରଣ ଏଭଳି ନିମ୍ନ ମାନର କାର୍ଯ୍ୟ ଉପରେ ଗୋଟିଏ ଇଚ୍ଛା ପିସି କାରବାର ବା ପଇସା ଲୁଣ୍ଠନ କରିବା । ଏ ଯେଉଁ ପଇସା ଲୁଟ ହେଉଛି ଏହାର ଉଦ୍ଦେଶ୍ୟ କ’ଣ ? ଏ ଲୁଟ ଟଙ୍କା ଯାଉଛି କୁଆଡେ଼? ଉଚ୍ଚ ଅଧିକାରୀଙ୍କ ପାଖକୁ ଯାଉଛି ନାଁ ୫ଟି ପାଖକୁ ଯାଉଛି ? ୫ଟିରେ କୁହାଯାଉଛି ବିକାଶ ହେଉଛି, ଦୁର୍ନିିତି ହେଉନାହିଁ । ଆଗରୁ ନବୀନ ବାବୁ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ଉଥିଲେ ଏବେ ସେ ଶିକ୍ଷାନୁଷ୍ଠାନ ଭୁଶୁଡ଼ାଉଛନ୍ତି ।
ସେପଟେ ପାଚେରି ଭୁଶୁଡ଼ିବା ଘଟଣାରେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ପାଚେରୀ ପାଖରେ ପାଣି ଲିକ୍ ହେଉଥିଲା । ଏନେଇ ବିଏମସି ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ । ନିର୍ମାଣ ସମୟରେ ପାଚେରି ବିମ ନଥିଲା କି ପିଲ୍ଲାର ନଥିଲା । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଥିଲେ କୁଳପତି ।




user2 