ସରକାରଙ୍କ ସହ ହୋଇଛି ସକରାତ୍ମକ ଆଲୋଚନା : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ବର: ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି। ବୈଠକ ଶେଷ ପରେ ମାଲିକ ସଂଘର ସମ୍ପାଦକ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ଲିଖିତ ପ୍ରତିଶ୍ରୁତି ପରେ ସଂଘ ନିଷ୍ପତ୍ତି ନେବ । ସରକାରଙ୍କ ପ୍ରତିଶ୍ରୁତି ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ବସିବ ଷ୍ଟିୟରିଂ କମିଟି ବୈଠକ ।
ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହେବ। ଦିନ ୩.୩୦ ରେ ଧର୍ମଘଟ ହେବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୁଣାଇବ ସଂ ଘ ବୋଲି ସଂଘ ସମ୍ପାଦକ କହିଛନ୍ତି । ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାଜ୍ୟରେ ଆସନ୍ତାକାଲିଠୁ ଘରୋଇ ବସ ଧର୍ମଘଟ ନେଇ ଘୋଷଣା କରିଥିଲା ମାଲିକ ସଂଘ । ବୈଠକରେ ୫ଟି ସଚିବ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।




admin 