ଶରୀରର ସପୋର୍ଟ ସିଷ୍ଟମ ମେରୁଦଣ୍ଡ
ମେରୁଦଣ୍ଡ ଶରୀରର ସପୋର୍ଟ ସିଷ୍ଟମ ଯେଉଁଥିରେ ଶରୀରର ପ୍ରତ୍ୟେକ ଅଙ୍ଗକୁ ପରିଚାଳିତ କରିବା ପାଇଁ ସ୍ନାୟୁ ଥାଏ । କୌଣସି କାରଣ ବଶତଃ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ସ୍ନାୟୁ ଉପରେ ଚାପ ପଡିଥାଏ । ଏହି ହାଡଗୁଡିକରେ ଶରୀରକୁ ଚଳାଇବା ପାଇଁ ତାର ରହିଛି ଯାହା ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଛି ଓ ଏହା ଦ୍ୱାରା ଶରୀର କାମ କରୁଛି ।
କାରଣ : ତନ୍ତ୍ରିକାର କୋଶିକାଗୁଡିକ ଉପରେ ଆଘାତ ଲାଗିବା ଦ୍ୱାରା ସ୍ନାୟୁରେ ଚାପ ରହେ । ଉଚ୍ଚରୁ ପଡିଗଲେ ସିଭିୟର ସ୍ପାଇନ ଇନଜ୍ୟୋରୀ ହୁଏ । ଏହି ସ୍ଥିତି ଯୋଗୁଁ ଆଙ୍ଗିକ ପାରାଲିସିସ୍ ହୋଇଥାଏ । ତେଣୁ ରୋଗୀକୁ ୪ରୁ ୫ ମାସ ଆରାମର ଆବଶ୍ୟକତା ହୁଏ ।
ଲକ୍ଷଣ : ବେକରେ ଓ ଅଂଟାରେ ହେଉଥିବା ଯନ୍ତ୍ରଣା ସମୟ ସହିତ ବଢିବା । ହାତ ଓ ପାଦରେ ଦୁର୍ବଳତା ଅନୁଭବ କରିବା । ୟୁରିନ ଓ ଷ୍ଟୁଲ କରିବା ପରେ ନିୟନ୍ତ୍ରଣ ହରାଇବା, ହାତ ଗୋଡରେ ଶିଥିଳତା ଓ ଝିମ୍ ଝିମ୍ ହେବା, ଚାଲିବା ଦ୍ୱାରା ସମସ୍ୟା ଓ କମ୍ପନ ହେବା ଇତ୍ୟାଦି ମେରୁଦଣ୍ଡରେ ଆଘାତ ଲାଗିବାର ଲକ୍ଷଣ ।
ସାବଧାନ : ଯଦି ଭାରି ବା ଓଜନ ଉଠେଇବାର ଥାଏ ତେବେ ସନ୍ତୁଳନ ସହିତ ଉଠେଇବା ଉଚିତ୍ । କମ୍ପୁ୍ୟଟରରେ କାମ କରିବା ବା ଡ୍ରାଇଭିଙ୍ଗ୍ ସମୟରେ ସିଧା ବସିବା ଉଚିତ୍ । ଛୋଟ ପିଲାକୁ ଉଠେଇବା ସମୟରେ ବସିବା ଉଚିତ୍ । ଫୋନର ପ୍ରୟୋଗ କରିବା ସମୟ ବେକକୁ ନୁଆଁଇବା ଉଚିତ୍ ନୁହେଁ । ବ୍ୟାଗକୁ କାନ୍ଧରେ ନ ଉଠାଇ ପିଠି ଉପରେ ବ୍ୟାଗ୍ ଟାଙ୍ଗିବା ଉଚିତ୍ । ଏମ୍ ଆର ଆଇ, ସିଟି ସ୍କାନ୍ ପରୀକ୍ଷା ଦ୍ୱାରା ମେରୁଦଣ୍ଡର ହାଡରେ ଆଘାତ ଜଣାପଡିଯିବ । ଆଘାତ ପରେ ଫ୍ରାକ୍ଚର ସମୟରେ ହାଡକୁ ଯୋଡାଯାଏ । ଗମ୍ଭୀର ସ୍ଥିତିରେ ସର୍ଜରୀ କରାଯାଏ । ଚିକିସôାର କିଛି ଦିନ ପରେ ରିକଭରୀ ପାଇଁ ଫିଜିଓଥେରାପୀ କରାଯାଏ । ମେଡିକାଲରେ ଚିକିସ ପାଇଁ ଷ୍ଟେମ ସେଲ ଥେରାପୀ ମଧ୍ୟ କରାଯାଏ ।




admin 