ଅଧିକ ସମୟ ବସି ରହୁଛନ୍ତି କି ? ଜାଣନ୍ତୁ କେଉଁ ସମସ୍ୟା ଉପୁଜିଥାଏ

ଦୈନନ୍ଦିନ ଅଧିକ ସମୟ ବସିବା ଅନେକ ଲୋକଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି. ଅଫିସରେ ଅଧିକ ସମୟ ବସିରହିବା, ଘରେ ଅଧିକ ସମୟ ବସି ଟିଭି ଦେଖିବା, ଅଧିକ ସମୟ ବସି ମୋବାଇଲ ଦେଖିବା ଏସବୁ ନିତିଦିନର କାର୍ୟ୍ୟ ହୋଇଯାଇଛି. ହେଲେ ଆପଣ ଜାଣନ୍ତି କି, ଅଧିକ ସମୟ ବସି ରହିବା ଦ୍ବାରା ଅନେକ ପ୍ରକାରର ଶାରୀରିକ ରୋଗ ମାଡି ବସିଥାଏ. ଏକଥାକୁ ଆପଣ ଖାମଖିଆଲି ଭାବେ ନେଇ ପାରନ୍ତି, କିନ୍ତୁ ଏ ରୋଗ ବିଷୟରେ ଜାଣିଲେ ଆପଣ ବି ଭୟବୀତ ହୋଇଯିବେ. ଧୁମପାନ କଲେ ଯେପରି ହାର୍ଟଜନିତ ସମସ୍ୟ ବାହାରିଥାଏ, ଅଧିକ ସମୟ ବସିରହିଲେ ବି ସେପରି ଅନେକ ହାର୍ଟରୋଗ ହୋଇଥାଏ. ତେବେ ଜାଣନ୍ତୁ ଅଧିକ ସମୟ ବସିରହିବା ଦ୍ବାରା କେଉଁ ରୋଗର ଶୀକାର ହେବାକୁ ପଡେ .
ଏଥେରୋସ୍କ୍ଲେରୋସିସ
ଏହି ରୋଗ ହେଲେ ଧମନୀରେ ରକ୍ତଜମାଟ ବାନ୍ଧିବାର ଆଶଙ୍କା ଅଧିକ ଥାଏ. ଅଧିକ ସମୟ ବସି ରହିବା ଦ୍ବାରା ରକ୍ତ ସଞ୍ଚାଳନ କମ ହୋଇଥାଏ, ଏବଂ ଶରୀରରେ ଚର୍ବି ବୃଦ୍ଧି ହୋଇଥାଏ. ଏଥିସହ ଧମନୀ ସଙ୍କୁଚିତ ହୋଇଥାଏ.
ହାଇବ୍ଲଡ ପ୍ରେସର
ଅଧିକ ସମୟ ବସି ରହିବା ହାଇବ୍ଲଡ ପ୍ରେସରର ମୁଖ୍ୟ କାରଣ. ଅଧିକ ସମୟ ଚଲାବୁଲା ନକରିବା ଏବଂ ରକ୍ତ ସଞ୍ଚାଳନ ନହେବା ହାଇ ବ୍ଲଡ ପ୍ରେସରର ମୁଖ୍ୟ କାରଣ. ସେଥିପାଇଁ ପ୍ରତିଦିନ ବାୟାମ କରିବା ଏବଂ ଚଲାବୁଲା କରିବା କରିବା ଦ୍ବାରା ବ୍ଲଡ ପ୍ରେସର କମ ରହିଥାଏ.
ମୋଟାପଣ ବଢିବା
ଅଧିକ ସମୟ ବସି ରହିବା ଦ୍ବାରା ଓଜନ ବଢିଥାଏ. ଆଉ ଓଜନ ବଢିବା ଯୋଗୁଁ ହୃଦରୋଗ ଜନିତ ଅଧିକ ରୋଗ ହୋଇଥାଏ. ଏଥିସହ ହାଇ କୋଲେଷ୍ଟ୍ର୍ଲଲ , ଡାଇବେଟିସ ଆଦି ରୋଗ ହୋଇଥାଏ .
ତେବେ ଆପଣ ଯଦି ଅଫିସରେ ଅଧିକ ସମୟ ବସିରହି କାମ କରୁଛନ୍ତି , କିମ୍ବା ଘରେ ଅଧିକ ସମୟ ବସୁଛନ୍ତି, ତେବେ ଏପରି ରୋଗ ହେବାର ସମ୍ଭାବନା ରହିଛି . ଏଥିପାଇଁ ଆପଣ କିଛି ସମୟ ଛାଡି କିଛି ବୁଲାବୁଲି କରନ୍ତୁ , ସିଡି ଚଢିବା, ବ୍ୟାୟାମ ଆଦି କାମ କରନ୍ତୁ. ଏହା କରିବା ଦ୍ବାରା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ. ଅଫିସରେ କିଛି ସମୟ ଛିଡା ହୋଇ କାମ କରିବାକୁ ଚେଷ୍ଟା କରନ୍ତୁ . ଏହାଦ୍ବାରା ଆପଣଙ୍କ ଶରୀରର ସନ୍ତୁଳନ ଠିକ ରହିବା.