କମ୍‌ ଉଚ୍ଚତା ପାଇଁ ଚିନ୍ତିତ କି ? ପିନ୍ଧନ୍ତୁ ଏପରି ଡେ଼୍ରସ ଜଣାପଡ଼ିବନି ଉଚ୍ଚତା

କମ୍‌ ଉଚ୍ଚତା ପାଇଁ ଚିନ୍ତିତ କି ? ପିନ୍ଧନ୍ତୁ ଏପରି ଡେ଼୍ରସ ଜଣାପଡ଼ିବନି ଉଚ୍ଚତା

ଭୁବନେଶ୍ୱର: ଯୁବତୀ, ମହିଳାଙ୍କ ଉଚ୍ଚତା କମ୍‌ ଥିଲେ, ସେମାନଙ୍କ ଧାରଣା ଯେ କୌଣସି ଷ୍ଟାଇଲ୍‌ ତାଙ୍କୁ ମାନେନି । ଏମିତି ଚିନ୍ତାଧାରା ମନରୁ ବାହାର କରିଦିଅନ୍ତୁ । କେତୋଟି କଥାକୁ ଧ୍ୟାନ ଦେଲେ, ବେଶ୍‌ ଆକର୍ଷଣୀୟ ଦେଖାଯିବେ । 

- ଯେମିତି ବର୍ତ୍ତମାନ ଫେସନ୍‌ରେ ଚାଲିଥିବା ଢ଼ିଲା ପୋଷାକ ପିନ୍ଧନ୍ତୁ । କୁର୍ତ୍ତା କିମ୍ବା ବଜାରରେ ମିଳୁଥିବା ଓଭର ସାଇଜ୍‌  ଟି-ସାର୍ଟ ପିନ୍ଧିଲେ, ସହଜରେ କମ୍‌ ଉଚ୍ଚତା ଜଣାପଡେ଼ନି । 
- ଅନ୍‌-ଲାଇନ୍‌ ଓ ବଜାରରେ ଭର୍ଟିକାଲ ପୋଷାକ ମିଳୁଛି । ଆପଣଙ୍କ ଉଚ୍ଚତା କମ୍‌ ଥିଲେ, ସେଇଭଳି ଡିଜାଇନ୍‌ ହୋଇଥିବା ପୋଷାକ କିଣି ପିନ୍ଧନ୍ତୁ । 
- ଏସବୁ ବାଦ୍‌ ବେଲ୍ଟ ଲାଗିଥିବେ କିମ୍ବା ଅଣ୍ଟା ପାଖେ ଇଲାଷ୍ଟିକ୍‌ ଥିବା ପୋଷାକ ପିନ୍ଧିଲେ ମଧ୍ୟ ଉଚ୍ଚତା କମ୍‌ ଲାଗିବନି । 
- ମୋନୋକ୍ରୋମ୍‌ ଡ଼ିଜାଇନ୍‌ ହୋଇଥିବା ଗାଉନ୍‌, ୱାନପିସ୍‌ ପିନ୍ଧି ମଧ୍ୟ କମ୍‌ ଉଚ୍ଚତା ଥିବା ଯୁବତୀମାନେ ବେଶ୍‌ ସୁନ୍ଦର ଷ୍ଟାଇଲ୍‌ କରିପାରିବେ ।