ଘାତକ ହେଉଛି ସ୍କ୍ରବ୍‌ ଟାଇଫସ୍‌, ଏହି ଜିଲ୍ଲାରେ ନେଲାଣି ୫ ଜୀବନ

ଘାତକ ହେଉଛି ସ୍କ୍ରବ୍‌ ଟାଇଫସ୍‌, ଏହି ଜିଲ୍ଲାରେ ନେଲାଣି ୫ ଜୀବନ

 ବରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ୍ ଏବେ ଘାତକ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଏହି ଘାତକ ପୋକ। କେବଳ ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ୍ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ଜଣଙ୍କ ମୃତ୍ୟୁ ଘଟିଛି। ଜଣଙ୍କ ରକ୍ତନମୁନାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ଜଣଙ୍କୁ ଚିହ୍ନଟ କରାଯାଇଛି।

ସୂଚନାନୁଯାୟୀ, ସମସ୍ତ ରୋଗୀ ହେଉଛନ୍ତି ପଦ୍ମପୁର ଅଞ୍ଚଳର ଖଲା ବାହାଲ, ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡ଼ା କୁମୁନି ବାହାଲର। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି। ସମସ୍ତେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରକାଶ ଥାଉକି, ଚିଗର୍ସ ନାମକ କୀଟ କାମୁଡିଲେ ସ୍କ୍ରବ ଟାଇଫସ୍ ହୋଇଥାଏ। ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ଓଡ଼ିଶା ସମେତ ସାରା ଦେଶର ଏହି ଜ୍ୱର ବ୍ୟାପୁଛି