ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୁଣିଲେ ହକିର ଜୟଗାଥା
ଭବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି । ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି । ଛାତ୍ରଛାତ୍ରୀ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉସôାହର ସହ ଶୁଣିଥିଲେ ।
ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ । ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡିÿଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ । ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ନିଦେ୍ର୍ଧଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ ସଫଳତାରେ ଓଡିÿଶାର ଅବଦାନ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବରେ କହିଥିଲେ । ଆମ ରାଜ୍ୟର ହକି ତାରକା ଦିଲ୍ଲୀପ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ୍, ନୀଲମ୍ ସଞ୍ଜୀବ୍ ଖେସ୍, ସୁଭଦ୍ରା ପ୍ରଧାନ, ନମିତା ଟପ୍ପ, ଲିଲିମା ମିଞ୍ଜ୍ଙ୍କ ପରି ଅନେକ ହକି କ୍ରୀଡାବିତ୍ଙ୍କ ସମ୍ପର୍କରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା । ଫଳରେ ସେମାନଙ୍କ ଉସôାହ ଓ ଆତ୍ମବିଶ୍ୱାସ ବଢିଛି । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍କୁଲ ଶିକ୍ଷାରେ କ୍ରୀଡାର ଗୁରୁତ୍ୱକୁ ଉପଲବ୍ଧି କରି ଓଡିÿଶାରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡାକୁ ପ୍ରାଥମିକତା ଦିଆଯାଉଛି । ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲରେ ହକି, ଟେନିସ୍, ଫୁଟବଲ୍, ବାସ୍କଟ୍ ବଲ୍ ସହ ପାରମ୍ପରିକ କ୍ରୀଡା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯାଇଛି । ଆକର୍ଷଣୀୟ ଖେଳପଡିÿଆ ସହ ଇଣ୍ଡୋର ସ୍ପର୍ଟ୍ସ କମ୍ପ୍ଲେକ୍ସ ଓ କ୍ରୀଡା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ହକିକୁ ଲୋକପ୍ରିୟ କରିବା ଉଦେ୍ଧଶ୍ୟରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ‘ମୋ ସ୍କୁଲ ହକି କ୍ଲବ୍’ କାର୍ଯ୍ୟ କରୁଛି । ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡାବିତ୍ କରି ଗଢିତୋଳିବାରେ ଏହି କ୍ଲବ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କ୍ଲବ୍ରେ ଅଂଶଗ୍ରହଣ କରି ହକି ଖେଳୁଛନ୍ତି ।




admin 