୮୧ତମ ଜନ୍ମଦିନ ପାଳିଲେ ଅମିତାଭ ବଚ୍ଚନ

୮୧ତମ ଜନ୍ମଦିନ ପାଳିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ୮୧ତମ ଜନ୍ମଦିନ। ‘କୌନ ବନେଗା କରୋଡ଼ପତି’ ସେଟ୍‌ରେ ବିଗ୍‌ ବିଙ୍କ ଜନ୍ମଦିନ ପାଳନ ‌ବେଳେ ସେ ‌ଖୁସିରେ କାନ୍ଦି ପକାଇଛନ୍ତି। ଆସନ୍ତାକାଲି ସେ ୮୧ ବର୍ଷର ହୋଇଯିବେ। ପ୍ରତିବର୍ଷ ପରି ଏବର୍ଷ ବି ‘କେବିସି’ ମଞ୍ଚରେ ବିଗ୍‌ ବିଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ମନାଯାଇଛି। ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ନାମୀଦାମୀ ତାରକାମାନେ ମେଗାଷ୍ଟାର୍‌ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। 

ମଞ୍ଚରେ ଦର୍ଶକ ଓ ସିନେ ତାରକାଙ୍କ ଭଲପାଇବା ଦେଖି ନିଜ ଲୁହକୁ ରୋକି ପାରିଲେନି ଅମିତାଭ। ମଞ୍ଚ ଉପରେ ହିଁ ଖୁସିରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ। ନିଜେ କାନ୍ଦିବା ସହ ‘ଆଉ କେତେ କନ୍ଦାଇବ ତୁମେ?’ ବୋଲି କହି ସମସ୍ତଙ୍କୁ ଚୁପ୍‌ କରାଉଛନ୍ତି ବିଗ୍‌ ବି। ସେ ଆହୁରି ବି କହିଛନ୍ତି, ‘‘ମୁଁ ସମସ୍ତଙ୍କୁ ଟିସ୍ୟୁ ଦେଇଥାଏ। ଆଜି ମୋ ପାଳି ଆସିଛି। ଏହି ମଞ୍ଚରେ ମୋ ଜନ୍ମଦିନ ପାଳନ ପ୍ରଥା ଅତିଉତ୍ତମ।’’ ଅମିତାଭ ବଚ୍ଚନଙ୍କୁ ଅଭିନେତ୍ରୀ ବିଦ୍ୟା ବାଲନ, ଅଭିନେତା ଭିକି କୌଶଲ, ଚିରଞ୍ଜୀବି, ବୋମୋନ ଇରାନି ଆଦି ତାରକା ଭିଡିଓ ମେସେଜ୍‌ ପଠାଇ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।