ଚାଉଳ ଗୁଣ୍ଡ ଘରେ ଜନ୍ଦା-ପିମ୍ପୁଡି ଦୂର କରିଥାଏ

ଚାଉଳ ଗୁଣ୍ଡ ଘରେ ଜନ୍ଦା-ପିମ୍ପୁଡି ଦୂର କରିଥାଏ

ଚାଉଳ ଗୁଣ୍ଡ ବା ଅଟା ରୋଷେଇ ଘରର ପ୍ରମୁଖ ସାମଗ୍ରୀ ମଧ୍ୟରୁ ଅନ୍ୟତମ । ପ୍ରାୟ ଗୃହିଣୀ ରୋଷେଇ ଘରେ ଚାଉଳ ଗୁଣ୍ଡର ବ୍ୟବହାର କରୁଥିବେ ନିଶ୍ଚୟ । ଏହାର ବ୍ୟବହାର ବିଭିନ୍ନ ଖାଦ୍ୟର ପ୍ରସ୍ତୁତି ପାଇଁ ହୋଇଥାଏ । ମୁଖ୍ୟତଃ ଢୋକଲା, ହାଲ୍‌ୱା ଓ ବିଭିନ୍ନ ପିଠଉ ପାଇଁ ବ୍ୟବହାର ହୋଇଥାଏ । ଖାଦ୍ୟ ପ୍ରସ୍ତୁତି ବ୍ୟତୀତ ଏହାକୁ ଭିନ୍ନ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ । 

ଘରେ ଜନ୍ଦା ଓ ପିମ୍ପୁଡି ହେଲେ ଏମାନଙ୍କୁ ଦୂର କରିବା ସହଜ ହୋଇ ନଥାଏ । କିନ୍ତୁ ଆପଣ ଚାଉଳ ଗୁଣ୍ଡ ନେଇ ଜନ୍ଦା ଓ ପିମ୍ପୁଡି ମନ୍ଦାରେ ପକାଇଲେ କିଛି ସମୟ ପରେ ଏମାନେ ଆପେ ଆପେ ଚାଲିଯାଇଥାନ୍ତି । ଘରେ ବ୍ୟବହୃତ ହେଉଥିବା ଷ୍ଟିଲ୍‌ ବାସନକୁ ସଫା କରିବା ପାଇଁ ଆପଣ ଚାଉଳ ଗୁଣ୍ଡର ବ୍ୟବହାର କରିପାରିବେ ।

ଷ୍ଟିଲ୍‌ର ଚମ୍‌କ ବଜାୟ ରଖିବା ପାଇଁ ବାସନ ସଫା କରିବା ପରେ ଚାଉଳ ଗୁଣ୍ଡର ବ୍ୟବହାର କରିପାରିବେ । ଏପରିକି ରୋଷେଇ ଘର ସିଙ୍କ୍‌ ମଧ୍ୟ ସଫା କରିପାରିବେ । ଷ୍ଟିଲ୍‌ ବାସନ ସଫା ହେବା ପରେ ଏହା ଉପରେ ଚାଉଳଗୁଣ୍ଡ ପକାଇ ସେଥିରେ ଘଷନ୍ତୁ । ବାସନ ଚମ୍‌କି ଉଠିବ ।

ଇନ୍‌ଡୋର୍‌ ବା ଆଉଟଡୋର୍‌ ପ୍ଲାଣ୍ଟ ଗୁଡିକରେ ଚାଉଳ ଗୁଣ୍ଡକୁ ଖାଦ୍ୟ ଭାବେ ଦେଇପାରିବେ । ଯଦି କୌଣସି କାରଣରୁ ଚାଉଳ ଗୁଣ୍ଡ ନଷ୍ଟ ହୋଇଯାଇଥିଲେ । ଏହାକୁ ଫିଙ୍ଗନ୍ତୁ ନାହିଁ । ବରଂ ଏହାକୁ ୨/୩ ଦିନ ଖରାରେ ଶୁଖାଇ ଦିଅନ୍ତୁ । ପରେ ଏହି ଚାଉଳ ଗୁଣ୍ଡକୁ ଏକ ମଗରେ ପକାଇ ମାଟି ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ବିଭିନ୍ନ ଗଛ ମୂଳରେ ଦେଇପାରିବେ । 

ସମସ୍ତଙ୍କ ଘରେ ତମ୍ବା ବାସନ ନିଶ୍ଚୟ ଥିବ । ତମ୍ବାକୁ ସଫା କରିବା ପାଇଁ ଚାଉଳ ଅଟା ସହ ଲୁଣ ଓ ଧଳା ସିର୍‌କା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ ତମ୍ବା ବା ପିତ୍ତଳ ବାସନ ଉପରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପରେ ହାଲ୍‌କା ଉଷୁମ ପାଣିରେ ବାସନଗୁଡିକୁ ଧୋଇ ନିଅନ୍ତୁ । ହାତ ସଫା କରିବା ପାଇଁ ଚାଉଳ ଅଟାର ବ୍ୟବହାର କରିପାରିବେ ।