ଏଠାରେ ଗୋବରରୁ ପ୍ରସ୍ତୁତ ହେଉଛି ରାକ୍ଷୀ, ଦାମ୍ ମାତ୍ର ଏତିକି

ଏଠାରେ ଗୋବରରୁ ପ୍ରସ୍ତୁତ ହେଉଛି ରାକ୍ଷୀ, ଦାମ୍ ମାତ୍ର ଏତିକି

ନୂଆଦିଲ୍ଲୀ : ଚଳିତ ମାସ ଶେଷରେ ରାକ୍ଷୀପୂର୍ଣ୍ଣିମା । ଏବେଠୁ ମାର୍କେଟରେ ରାକ୍ଷୀ ମିଳିବା ଆରମ୍ଭ ହୋଇଗଲାଣି । ପ୍ରତି ବର୍ଷ କିଛି ନା କିଛି ଭିନ୍ନ ପ୍ରକାର ରାକ୍ଷୀ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ ମାର୍କେଟକୁ ଏକ ଭିନ୍ନ ରାକ୍ଷୀ ଆସିଛି । ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ କିଛି କାରିଗର ମିଶି ଗୋବରରେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏଠାରେ ମହିଳାମାନେ ଗାଈର ଗୋବର ବ୍ୟବହାର କରି ଉତ୍ତମ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହାର ଚାହିଦା ମଧ୍ୟ ଅଧିକ । ଏହା ପୂର୍ବରୁ ଭାରତୀୟ ମାର୍କେଟରେ ଚାଇନିଜ୍ ରାକ୍ଷୀର ଟ୍ରେଣ୍ଡ୍ ଚାଲିଥିଲା । କିନ୍ତୁ ଏଥର ଗାଈ ଗୋବର ବ୍ୟବହାର କରି ଦେଶୀ ରାକ୍ଷୀ ପ୍ରସ୍ତୁତ ହେଉଛି ଏବଂ ଏହା ଶସ୍ତା ମଧ୍ୟ ।

ଜିଲ୍ଲାର ରାକ୍ଷୀ ବିଜନେସମ୍ୟାନ୍ ଏ ସମ୍ପର୍କରେ କହିଛନ୍ତି କି ଏପର୍ୟ୍ୟନ୍ତ ଗାଈର ଗୋବର ବ୍ୟବହାର ଅନେକ ଜିନିଷ ପାଇଁ କରାଯାଉଥିଲା । କିନ୍ତୁ ଏଥର ଏହାକୁ ରାକ୍ଷୀ ପାଇଁ ବ୍ୟବହାର କରାଯାଉଛି । ଏହି କାରଣରୁ ସମୁଦାୟ ୧୫ ଜଣ ମହିଳାଙ୍କୁ ରୋଜଗାର ମିଳିଛି । ଏହାକୁ ପ୍ରସ୍ତୁତ କରିବାରେ ନୂଆ ଟେକନିକ୍ ବ୍ୟବହାର କରାଯାଇଛି । ପ୍ରଥମେ ଗୋବରକୁ ଶୁଖେଇ ତାର ପାଉଡର ପ୍ରସ୍ତୁତ କରାଯାଏ  ଏବଂ ପରେ ଏଥିରେ ରାକ୍ଷୀ ପ୍ରସ୍ତୁତ କରାଯାଏ । ଏବେ ଏହାର ଡିମାଣ୍ଡ କେବଳ ୟୁପି ନୁହେଁ, ବରଂ ଅନେକ ରାଜ୍ୟରେ ରହିଛି । ଏହାର ଚାହିଦା ବଢିବାର ଆଉ ଏକ କାରଣ ଏହାକୁ ବହୁତ କମ୍ ଦାମରେ ବିକ୍ରି କରାଯାଉଛି ।

ଗୋବରର ପାଉଡର ପ୍ରସ୍ତୁତ କରି ପେଷ୍ଟ ତିଆରି କରାଯାଏ । ଏହା ପରେ ତାକୁ ଛାଞ୍ଚରେ ପକାଯାଏ, ଯାହାକୁ ଶୁଖାଇ ରାକ୍ଷୀ ପ୍ରସ୍ତୁତ କରାଯାଏ । ଏହା ପରେ ମହିଳାମାନେ ଏହାକୁ ନିଜ ହାତରେ ସଜାନ୍ତି । କୁହାଯାଉଛି କି ରାକ୍ଷୀର ଚାହିଦା ୟୁପି ବ୍ୟତୀତ ତେଲଙ୍ଗାନା, ମହାରାଷ୍ଟ୍ର, ଗୁଜରାତ ସମେତ ଅନେକ ରାଜ୍ୟରେ ବିକ୍ରି କରାଯାଉଛି ଏବଂ ଲୋକଙ୍କୁ ରାକ୍ଷୀ ବହୁତ ପସନଦ୍ ଆସୁଛି । ଏହି ରାକ୍ଷୀର ଦାମ୍ ବହୁତ କମ୍ ରଖାଯାଇଛି । ସବୁଠୁ କମ୍ ଦାମ୍ ବିଶିଷ୍ଟ ରାକ୍ଷୀର ଦାମ୍ ୫ ଟଙ୍କା ଏବଂ ଏହାଠୁ ବଡ ରାକ୍ଷୀ ତାଠୁ ଅଧିକ । ଅନ୍ୟ ରାଜ୍ୟରେ ଦୋକାନୀମାନେ ରାକ୍ଷୀକୁ ବିକିବା ପାଇଁ ନିଜ ଅନୁସାରେ ଦାମ୍ ରଖୁଛନ୍ତି ।