ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ

ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ

ଭୁବନେଶ୍ୱର : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ସୁଶାନ୍ତ କୁମାର ଖୁଣ୍ଟିଆ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆଜି ଦିନ ପ୍ରାୟ ୧୧ଟାରୁ ସାଢ଼େ ୧୧ ମଧ୍ୟରେ ଏହି ଘଟଣା ଘଟିଛି। ସିଆରପିଏଫ୍‌ର ୬୦ ବାଟାଲିୟନର ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ।

ନକ୍ସଲଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସେହିପରି ଆଉ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନ୍ନା ଲାଲ ଯାଦବ। ତାଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଉତ୍ତର ପ୍ରଦେଶରେ। ତାଙ୍କୁ ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।