ହୀରାକୁଦ ଖୋଲିଲେ କିଛି ଅସୁବିଧା ନାହିଁ : ଏସଆରସି

ହୀରାକୁଦ ଖୋଲିଲେ କିଛି ଅସୁବିଧା ନାହିଁ : ଏସଆରସି

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଜାରି ରହିଛି  । କେତେକ ସ୍ଥାନରେ ମୂଷଳ ଧାରାରେ ବର୍ଷା ମଧ୍ୟ ହୋଇଛି  । ତେବେ ଅନେକ ନଦୀରେ ଜଳସ୍ତର କମି ରହିଥିବା ଦେଖିବାକୁ ମିଳୁଛି  । ତେଣୁ ହୀରାକୁଦ ବନ୍ଧ ଖୋଲିଲେ ଅସୁବିଧା ନାହିଁ ବୋଲି ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ  । 

ଅପରପକ୍ଷରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ଆଶଙ୍କା ରହିଛି  । ପ୍ରଥମେ ପଶ୍ଚିମ ଓ ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ  । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ କରାଇ ଦେଇଛନ୍ତି  । ସମ୍ବେଦନଶୀଳ ଅଂଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି  । 

ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ  । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି  । ସେହିପରି ମହାନଦୀ ଓ ଶାଖା ନଦୀରେ ବି ଅଧିକ ଜଳ ପ୍ରବାହିତ ହେଉଛି  । ଆଗାମୀ ଦିନରେ ବି ବଡ଼ ବର୍ଷା ହେବାର ସମ୍ଭାବନା ରହିଛି  । ତେଣୁ ଏସବୁକୁ ନଜରରେ ରଖି କର୍ଭ ରୁଲ ଆଧାରରେ ହୀରାକୁଦ ଡ୍ୟାମ ଗେଟ ଖୋଲିବା ନେଇ ନିଷ୍ପତି ନିଆଯାଇଛି  । ୨୩ରୁ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବାର ଥିବାରୁ ସତର୍କ ରହିବାକୁ କୁହାଯାଇଛି  । ଜନସାଧାରଣ ଏନେଇ ଆଗୁଆ ସତର୍କ ହେବାକୁ ହୀରାକୁଦ ବନ୍ଧ କର୍ତୃପକ୍ଷ ସୂଚନା ଦେଇଛନ୍ତି  ।