ବିପଦ ସଂକେତ ଉପରେ ବୈତରଣୀ

ଆନନ୍ଦପୁର: ବିପଦ ସଂକେତ ଉପରେ ବୈତରଣୀ । ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ମଙ୍ଗଳବାରଠାରୁ ଜାରି ରହିଛି ବର୍ଷା । ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିଲିଟର ବର୍ଷା ହୋଇଛି ।
ସେପଟେ ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାରେ ଲାଗିଛି ବୈତରଣୀ ନଦୀ । ନଦୀର ବିପଦ ସଂକେତ ୩୮.୬ ମିଟର ଥିବା ବେଳେ ବର୍ତମାନ ୩୮.୪୦ ମିଟରରେ ଜଳସ୍ତର ରହିଛି । ସେପଟେ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି ।