ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ୧୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଭୀଷଣ ପବନ ଓ ବଜ୍ରପାତ ହୋଇଛି । ଏଥିରେ ଅନେକ କ୍ଷୟକ୍ଷତି ବି ଘଟିଛି । ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର୍ ବିଶ୍ୱାସ ପୂର୍ବାନୁମାନ କରି କହିଛନ୍ତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୂଆପଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, କଟକ, ଯାଜପୁରରେ କାଳବୈଶାଖୀ ବର୍ଷାର ଅଧିକ ସମ୍ଭାବନା ରହିଛି । ତେବେ ୨୭ ତାରିଖରେ ଅଧିକ ବର୍ଷା, ପବନ ହୋଇପାରେ ।
ତାପମାତ୍ରାରେ ହ୍ରାସ ଯୋଗୁ କାଳବୈଶାଖୀର ଅଧିକ ପ୍ରଭାବ ରହିବ ଓ ବର୍ଷା, ପବନ ହେବ । ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି । ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ ରହିଛି । କିନ୍ତୁ ପଶ୍ଚିମ ଓଡ଼ିଶା ତାତିରୁ ତ୍ରାହି ମିଳିବାର ଆଶା ନାହିଁ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୨ ଡିଗ୍ରୀ ଉପରେ ରହିପାରେ । ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ରେ ତାତି ୪୨ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।




admin 