ୱାୟନାଡ୍ ଭୂସ୍ଖଳନରେ ମୃତକଙକ ପରିବାରକୁ ଭେଟିଲେ ରାହୁଲ 

ୱାୟନାଡ୍ ଭୂସ୍ଖଳନରେ ମୃତକଙକ ପରିବାରକୁ ଭେଟିଲେ ରାହୁଲ 

କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ୟ୍ୟୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ ପାଇଥିବାବେଳେ ଏବେବି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ରାହୁଲ ଓ୍ବାୟନାଡ ଲୋକମାନଙ୍କ ସହିତ ସମୟ ବିତାଇବା ପରେ,ସେ ଗଣମାଧ୍ୟରେ କିନି ଏମିତି ବିବୃତି ରଖିଛନ୍ତି । ରାହୁଲ କହିଛନ୍ତିମୋର ପିତାଙ୍କ ମୃତ୍ୟୁ ଦିନ ମୁଁ ଅନୁଭବ କରିଥିବା, ସମାନ ଗଭୀର ଦୁଖ ଅନୁଭବ କରୁଛି ଜ୍ଝ ଏଠାରେ ଅନେକ ସେମାନଙ୍କ ପରିବାରକୁ ହରାଇ ସେହି ଯନ୍ତ୍ରଣା ଅନୁଭବ କରୁଛନ୍ତି, ଯେଉଁ ଯନ୍ତ୍ରଣାକୁ ସେ ନିଜେ ଭୋଗିଛନ୍ତି । ରାହୁଲ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ, ଆହତଙ୍କୁ ଯଥାସମ୍ଭବ ଚିକିତ୍ସାକା ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।  
ଖାଲି ସେତିକି ନୁହେଁ ରାହୁଲ କହିଛନ୍ତି, ବର୍ତ୍ତମାନ ରାଜନୀତିର ସମୟ ନୁହେଁ। ଏହି କଠିନ ସମୟରେ ସମଗ୍ର ଦେଶ ୱାୟାନାଡ ସହିତ ଛିଡା ହୋଇଛି ଜ୍ଝ ଲୋକମାନଙ୍କୁ ସମର୍ଥନ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇବା ପାଇଁ ଆମେ ଏକଜୁଟ ହୋଇ କାର୍ୟ୍ୟ କରିବା ଆବଶ୍ୟକ ଜ୍ଝ